ସ୍ୱଚ୍ଛ ଭାରତ ଯୋଜନାରେ ଆସିଥିବା ଟଙ୍କା ହଡ଼ପ ଅଭିଯୋଗ

ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ସ୍ୱଚ୍ଛ ଭାରତ ଯୋଜନାରେ ଆସିଥିବା ଟଙ୍କା ହଡ଼ପ ଅଭିଯୋଗ। ପାଇଖାନା ପାଇଁ ଆସିଥିବା ସାଢ଼େ ୬ ଲକ୍ଷ ଟଙ୍କା ଦୁଇ ଜଣ ବିଜୁ ଯୁବ ବାହିନୀ କର୍ମୀ ହଡ଼ପ କରିଥିବା ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି।

ସେ କହିଛନ୍ତି, ସ୍ୱଚ୍ଛ ଭାରତ ଯୋଜନାରେ ୫୩ଟି ପାଇଖାନା ନିର୍ମାଣ ପାଇଁ ୬ ଲକ୍ଷ ୫୦ ହଜାର ଟଙ୍କା ଆସିଥିଲା। କିନ୍ତୁ ସେହି ଟଙ୍କାକୁ ଚଳୁ କରି ଦିଆଯାଇଛି। ସେପଟେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ବିଜେପି ଔଷଧ ବିକଳରେ ତାଟିଆ କାମୁଡୁଛି।

You might also like