ମନ୍ତ୍ରୀପଦରୁ ବଞ୍ଚିତ ଥିବା ୧୨ ଦଳୀୟ ବିଧାୟକଙ୍କୁ ଥଇଥାନ କଲା ବିଜେଡି

ଭୁବନେଶ୍ୱର: ପଞ୍ଚମପାଳି ସରକାର ଗଠନ ପରେ ମନ୍ତ୍ରୀ ପଦ ଆଶାୟୀ ଥିବା ପ୍ରାୟ ୧୨ଜଣ ଦଳୀୟ ବିଧାୟକଙ୍କୁ ଆଜି ବିଜେଡି ନେତୃତ୍ୱ ବିଭିନ୍ନ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରେ ଥଇଥାନ କରିଛନ୍ତି। ନୂଆ ସରକାରରେ ମନ୍ତ୍ରୀ ପଦ ପାଇବାରୁ ବଞ୍ଚିତ ଥିବା ଏହି ବିଧାୟକମାନଙ୍କୁ ଯୋଜନା କମିଟିରେ ଥଇଥାନ କରି ୧୨ଟି ଜିଲ୍ଲାରେ ଦଳୀୟ ସଂଗଠନରେ ଭାରସାମ୍ୟ ରକ୍ଷା କରିବାକୁ ବିଜେଡି ଯୋଜନା କରିଛି। ତେବେ ଗତଥର ୧୬ଜଣ ଦଳୀୟ ବିଧାୟକ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ହୋଇଥିବାବେଳେ ଏଥର ମାତ୍ର ୧୨ଜଣଙ୍କୁ ଏହି ପଦରେ ଥଇଥାନ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ ବିଜେଡି ବିଧାୟକ ଅନନ୍ତ ଦାସ(ବାଲେଶ୍ୱର), ବ୍ୟୋମକେଶ ରାୟ(ଭଦ୍ରକ), ପ୍ରଶାନ୍ତ କୁମାର ମୁଦୁଲି(ଜଗତସିଂହପୁର), ପ୍ରମୋଦ କୁମାର ମଲ୍ଲିକ(କଟକ), ପ୍ରଶାନ୍ତ କୁମାର ଜଗଦେବ(ଖୋର୍ଦ୍ଧା), ଶ୍ରୀକାନ୍ତ ସାହୁ (ଗଞ୍ଜାମ), ସତ୍ୟନାରାୟଣ ପ୍ରଧାନ(ନୟାଗଡ଼), ମହୀଧର ରଣା(ବୌଦ୍ଧ), ରଘୁରାମ ପୋଡ଼ାଲ(କୋରାପୁଟ), ରାଜେନ୍ଦ୍ର ଢୋଲକିଆ( ନୂଆପଡ଼ା), ଦେବେଶ ଆଚାର୍ଯ୍ୟ(ବରଗଡ଼) ଓ ଶାରଦା ପ୍ରସାଦ ନାୟକ (ସୁନ୍ଦରଗଡ଼)ଙ୍କୁ ସେମାନଙ୍କ ନିଜ ନିଜ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ପଦବୀରେ ଥଇଥାନ କରାଯାଇଛି। ଏହି ବିଧାୟକମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧା ସୁଯୋଗ ମିଳିବ।

ଅନ୍ୟ ଜିଲ୍ଲାଗୁଡ଼ିକ ଯୋଜନା କମିଟି ଅଧ୍ୟକ୍ଷ ପଦବୀରେ ମନ୍ତ୍ରୀମାନଙ୍କୁ କାର୍ଯ୍ୟ କରିବାକୁ କୁହାଯାଇଥିବାବେଳେ ମନ୍ତ୍ରୀ ଅରୁଣ ସାହୁ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ପ୍ରେମାନନ୍ଦ ନାଏକଙ୍କୁ କୌଣସି ଜିଲ୍ଲା ଦିଆଯାଇ ନାହିଁ। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦେବଗଡ଼ ଓ କେନ୍ଦୁଝର ଦାୟିତ୍ୱ ଦିଆଯାଇଥିବା ବେଳେ ଅନ୍ୟ ୧୬ଜଣ ମନ୍ତ୍ରୀଙ୍କୁ ଗୋଟିଏ ଲେଖାଏ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦ ସମ୍ଭାଳିବା ପାଇଁ କୁହାଯାଇଛି। ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମୟୂରଭଞ୍ଜ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କରାଯାଇଥିବା ବେଳେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଯାଜପୁର, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କେନ୍ଦ୍ରାପଡ଼ା, ନିରଞ୍ଜନ ପୂଜାରୀଙ୍କୁ ପୁରୀ, ଜଗନ୍ନାଥ ସାରକାଙ୍କୁ ଗଜପତି, ବିକ୍ରମ କେଶରୀ ଆରୁଖଙ୍କୁ କନ୍ଧମାଳ, ପଦ୍ମିନୀ ଦିଆନଙ୍କୁ ରାୟଗଡ଼ା, ସୁଦାମ ମାର୍ଣ୍ଡିଙ୍କୁ ସୋନପୁର, ରଘୁନନ୍ଦନ ଦାସଙ୍କୁ ନବରଙ୍ଗପୁର,ତୁଷାରକାନ୍ତି ବେହେରାଙ୍କୁ ମାଲକାନଗିରି, ନବକିଶୋର ଦାସଙ୍କୁ ବଲାଙ୍ଗୀର, ସୁଶାନ୍ତ ସିଂଙ୍କୁ ସମ୍ବଲପୁର, ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଅନୁଗୁଳ, ଦିବ୍ୟଶଙ୍କର ମିଶ୍ରଙ୍କୁ ଢେଙ୍କାନାଳ ଓ ଟୁକୁନି ସାହୁଙ୍କୁ କଳାହାଣ୍ଡି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ନୂଆ ମନ୍ତ୍ରିମଣ୍ଡଳ ଗଠନ ପରଠୁ ମନ୍ତ୍ରୀ ଆଶାୟୀ ବିଧାୟକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗି ରହିଥିଲା। ଏବେ ପ୍ରଥମ ଦଫାରେ ୧୨ଜଣ ବିଧାୟକଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ ଥଇଥାନ କରାଯାଇଥିବାବେଳେ ଖୁବଶୀଘ୍ର ଆଉ ୩-୪ଜଣ ବିଧାୟକଙ୍କୁ ମଧ୍ୟ ଏଭଳି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବ ବୋଲି ସୂଚନା ମିଳିଛି। ଆସନ୍ତା ୩-୪ ଦିନ ମଧ୍ୟରେ ବିଜେଡି ନିଜର ଆଉ କିଛି ନେତାଙ୍କୁ ଏଭଳି ସରକାରୀ ପଦପଦବୀରେ ଥଇଥାନ କରିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

୬ ବର୍ଷର ବିସ୍ମୟ ବାଳକ ; ପଢୁଛନ୍ତି ଭାଗବତ

ଇଞ୍ଜିନିୟର୍ସ ଡେ’ରେ ଇଞ୍ଜିନିୟରଙ୍କୁ ପିଟିପିଟି ମାରିଦେଲେ

ରାଗିଗଲେ ସାର୍‌; ଛାତ୍ରଛାତ୍ରୀଙ୍କଠାରୁ ଛଡ଼ାଇ ଆଣି ହାତୁଡ଼ିରେ ପିଟି ଭାଙ୍ଗିଦେଲେ ୧୬ ମୋବାଇଲ୍

ଏକଚାଟିଆ ନିଷ୍ପତ୍ତି କେବେ ବି ସଂଘୀୟ ନୀତି ପ୍ରତି ଭଲ ନୁହଁ: ମନମୋହନ ସିଂହ

ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ ; ନିସ୍ତୁକ ପିଟିଲେ ଲୋକେ

ଗିରଫ ହୋଇପାରନ୍ତି ପୂର୍ବତନ ପୁଲିସ କମିଶନର ରାଜୀବ କୁମାର!

ନେତାଙ୍କୁ କଣ ଆଇନ୍ ମାଫ୍ ? ଲୋକସେବା ଭବନରେ ନୂଆ ଟ୍ରାଫିକ୍ ନିୟମକୁ ଫୁ

ପୁଲିସ ହେବ ତ ଏମିତି ; ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ମେଡିକାଲ ପହଞ୍ଚାଇଲେ ଏସ୍‌ପି

ବିଲରୁ ମହିଳାଙ୍କ କଟାମୁଣ୍ଡ ଉଦ୍ଧାର

ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ଏୟାରସେଲ-ମ୍ୟାକ୍ସିସ୍ କେସ୍‌ର ଶୁଣାଣି

ପରଲୋକରେ ଜିମ୍ବାୱେ ପ୍ରତିଷ୍ଠାତା ରବର୍ଟ ମୁଗାବେ

ଦଇତାପତି ନିଯୋଗର ନିବେଦନ-‘ସହମତି ଭିତ୍ତିରେ ଉଚ୍ଛେଦ କରାଯାଉ’,

You might also like