ନୀତିଶ ସରକାରଙ୍କ ବଡ଼ ଘୋଷଣା: କିନ୍ନର ପାଇବେ ପୋଲିସ ଚାକିରି

ପୋଲିସ ଚାକିରି ପାଇବେ କିନ୍ନର

କିନ୍ନର ପାଇବେ ପୋଲିସ ଚାକିରି

ନୀତିଶ ସରକାରଙ୍କ ବଡ଼ ଘୋଷଣା

ସ୍ୱତନ୍ତ୍ର ନୁହେଁ ବରଂ ସାଧାରଣ ଫୋର୍ସରେ ଭର୍ତ୍ତି ହେବେ କିନ୍ନର

ଐତିହାସିକ ନିଷ୍ପତ୍ତିକୁ କିନ୍ନର ସଂଘର ସ୍ୱାଗତ

ପାଟନା: ବିହାର ସରକାରଙ୍କ ବଡ ଘୋଷଣା। ଏଣିକି ପୋଲିସ ବିଭାଗରେ ଚାକିରୀ ପାଇବେ କିନ୍ନର। ସିପାହୀ ପଦବୀରେ ସିଧାସଳଖ କିନ୍ନରଙ୍କୁ ଚାକିରି ମିଳିବ ବୋଲି ସୂଚନା ରହିଛି। ତେବେ ରାଜ୍ୟରେ ବୃଦ୍ଧି ପାଉଥିବା ଅପରାଧକୁ ନିୟନ୍ତ୍ରଣ କରିବାକୁ ସରକାର କିଛି ଏମିତି ନିଷ୍ପତ୍ତି ନେଇଥିବା ଜଣାପଡିଛି। କେବଳ ଏତିକି ନୁହେଁ ପୋଲିସ ମହାନିରୀକ୍ଷକସ୍ତରୀୟ ପଦାଧିକାରୀଙ୍କ ପାଖରେ ସିପାହୀ ନିଯୁକ୍ତିର କ୍ଷମତା ରହିବ ବୋଲି ନିଷ୍ପତ୍ତି ନେଇଛନ୍ତି ନିତୀଶ ସରକାର।

କେବଳ ଏତିକି ନୁହେଁ ବରଂ ଆଗାମୀ ଦିନରେ କିନ୍ନରଙ୍କ ପାଇଁ ପୋଲିସ ବିଭାଗରେ ସଂରକ୍ଷଣ ବ୍ୟବସ୍ଥା ବି ରଖାଯିବ। ପ୍ରତି ୫୦୦ ପୋଲିସ ପଦବୀ ମଧ୍ୟରେ ଜଣେ କିନ୍ନର ଚାକିରୀ ପାଇବେ ବୋଲି ଜଣାଯାଇଛି। ଶିକ୍ଷାଗତ ଯୋଗ୍ୟତା ସାଧାରଣ ସମାନ ଥିବା ବେଳେ ଶାରୀରିକ ଯୋଗ୍ୟତା ମହିଳା ପ୍ରାର୍ଥୀଙ୍କ ପରି ରହିବ ବୋଲି ସୂଚନା ରହିଛି।

ଏହାସହ କନଷ୍ଟେବଳ କ୍ୟାଡର ପାଇଁ ପ୍ରାର୍ଥୀ ନିଯୁକ୍ତ କରିବାର କ୍ଷମତା ପୋଲିସ ଅଧୀକ୍ଷକ (ଏସପି) ଙ୍କ ପାଖରେ ରହିବ। ଯେଉଁଠାରେ ସବ୍ ଇନ୍ସପେକ୍ଟର (SI) କୁ ନିଯୁକ୍ତ କରିବାର ଅଧିକାର ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (ଡିଜି) ସ୍ତରରେ ରହିବ। ପୋଲିସ୍ ଏବଂ ସବ୍ ଇନ୍ସପେକ୍ଟର କ୍ୟାଡରରେ ପ୍ରତି ୫୦୦ ପୋଷ୍ଟ ମଧ୍ୟରୁ ଗୋଟିଏ କିନ୍ନରଙ୍କ ପାଇଁସଂରକ୍ଷିତ ରହିବ। ଏହି ପୋଷ୍ଟ ପାଇଁ ଏକ ପୃଥକ ବିଜ୍ଞାପନ ମଧ୍ୟ ପ୍ରକାଶ ପାଇବ ବୋଲି ସୂଚନା ରହିଛି। ସଂରକ୍ଷିତ ପଦବୀରେ ନିଯୁକ୍ତି କ୍ରମରେ ଯଦି ମନୋନୀତ ପ୍ରାର୍ଥୀଙ୍କ ପଦବୀ ହ୍ରାସ ହୁଏ, ତେବେ ଅବଶିଷ୍ଟ ଖାଲି ପଦଗୁଡିକ ସମାନ ମୂଳ ବିଜ୍ଞାପନର ସାଧାରଣ ପ୍ରାର୍ଥୀଙ୍କଠାରୁ ପୂରଣ ହେବ।

ଏହାସହା ସାଧାରଣ ପ୍ରାର୍ଥୀଙ୍କ ପାଇଁ କିନ୍ନରଙ୍କ ପାଇଁ ମଧ୍ୟ ମାନଦଣ୍ଡ ରହିବ। ଯେଉଁମାନେ ଏହି ମାନଦଣ୍ଡ ପୂରଣ କରିବେ ସେହିମାନେ ପୋଲିସ ପଦବୀରେ ଚାକିରି ପାଇବେ ବୋଲି ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ, ଯେଉଁମାନେ ବିହାର ରାଜ୍ୟର ହୋଇଥିବେ ସେମାନେ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଚାକିରି ପାଇପାରିବେ। ତେବେ ପ୍ରାର୍ଥୀଙ୍କୁ ବିହାର ମୂଳ ବାସିନ୍ଦା ବୋଲି ପ୍ରମାଣପତ୍ର ଦେବାକୁ ପଡ଼ିବ ଏହାସହ ରାଜ୍ୟ ସରକାରଙ୍କ ଡ଼ାକ୍ତରଙ୍କଠାରୁ କିନ୍ନର ପ୍ରମାଣ ପତ୍ର ମଧ୍ୟ ଦେବାକୁ ପଡ଼ିବ।

କନଷ୍ଟେବଳ ବର୍ଗ ପାଇଁ କନଷ୍ଟେବଳଙ୍କ କେନ୍ଦ୍ରୀୟ ଚୟନ ବୋର୍ଡ ଏବଂ ଇନ୍ସପେକ୍ଟର ପାଇଁ ବିହାର ପୋଲିସ୍ ସର୍ଭିସ କମିଶନ ଦ୍ୱାରା ସମାପ୍ତ କରାଯିବ। ନିଯୁକ୍ତି ପରେ ସେମାନଙ୍କୁ ଜିଲ୍ଲା ପୋଲିସ ଫୋର୍ସରେ ପୋଷ୍ଟ କରାଯିବା ନେଇ ସୂଚନା ରହିଛି। ଏହାସହ ବିହାର ଗୃହ ବିଭାଗ ସ୍ପଷ୍ଟ କରିଛି ଯେ, କିନ୍ନରଙ୍କ ସ୍ୱତନ୍ତ୍ର ଫୋର୍ସ ଗଠନ କରାଯିବ ନାହିଁ ବରଂ ସାଧାରଣ ପୋଲିସ ଫୋର୍ସରେ ସେମାନଙ୍କୁ ଭର୍ତ୍ତି କରାଯିବ। ତେବେ ଏହି ନିଷ୍ପତ୍ତି ପରେ କିନ୍ନରଙ୍କ ମଧ୍ୟରେ ଆନନ୍ଦ ଓ ଉଲ୍ଲାସ ଖେଳି ଯାଇଛି। କେହି କେହି ନିତୀଶ ସରକାରଙ୍କ ଏହି ନିଷ୍ପତ୍ତିକୁ ଐତିହାସିକ ବୋଲି କହୁଛନ୍ତି।

You might also like