ଐତିହ୍ୟକୁ ଧ୍ୱଂସ କରି ଐତିହ୍ୟ ରକ୍ଷା? ଆଜି ଏମିତି କିଛି ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା

ପ୍ରଶ୍ନ କଲେ ଅପରାଜିତା

ଭୁବନେଶ୍ୱର: ଐତିହ୍ୟକୁ ଧ୍ୱଂସ କରି ଐତିହ୍ୟ ରକ୍ଷା କରାଯାଉଛି? ଲିଙ୍ଗରାଜ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଖନନକୁ ନେଇ ଏଭଳି ପ୍ରଶ୍ନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଆଜି ସ୍ଥାନ ପରିଦର୍ଶନ ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ପ୍ରଶ୍ନ ଉଠାଇଛନ୍ତି। କେଉଁ ଐତିହ୍ୟ ସଂରକ୍ଷକ ଏଭଳି ଉପଦେଶ ଦେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି? ଐତିହ୍ୟକୁ ଧ୍ୱଂସ କରି ଐତିହ୍ୟର ଉନ୍ନତି କରାଯାଉଛି କି ବୋଲି ସେ ପଚାରିଛନ୍ତି?

ASI ଅଧୀକ୍ଷକଙ୍କ ସହ ଘଟଣା ସ୍ଥଳ ପରିଦର୍ଶନ ପରେ ଅପରାଜିତା ତାଙ୍କ ପ୍ରତିକ୍ରିୟା ରଖିଥିଲେ। ସେ କହିଛନ୍ତି ଅନେକ ଗୁଡ଼ିଏ କୀର୍ତ୍ତିରାଜି ଧ୍ୱଂସ ହୋଇଥିବା ଅଭିଯୋଗ ହୋଇଛି। ସେବାୟତ ଏବଂ ଏଏସ୍ଆଇ କର୍ତ୍ତୃପକ୍ଷ କୀର୍ତ୍ତିରାଜି ଧ୍ୱଂସ ହୋଇଥିବା କହିଛନ୍ତି। ତିନିଟି ପୂରାତନ ମଠ ଓ ବହୁ କୀର୍ତ୍ତିରାଜି ଧ୍ୱଂସ କରାଯାଇଥିବା କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଏହାସହ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଖୋଲା ଚିଠି ଲେଖିଛନ୍ତି। ସୌନ୍ଦର୍ଯ୍ୟକରଣ ଆଳରେ ଐତିହ୍ୟ ସ୍ଥଳୀରେ ଭଙ୍ଗାରୁଜା ପ୍ରସଙ୍ଗରେ ସାଂସଦ ଅପରାଜିତା ମୁଖ୍ୟମନ୍ତ୍ରୀଙ୍କୁ ତଥ୍ୟ ଓ ପ୍ରମାଣ ସହ ୨୮ ପୃଷ୍ଠାର ଚିଠି ଲେଖିଛନ୍ତି। ଐତିହ୍ୟକୁ ଧ୍ୱଂସ କରି ସଂରକ୍ଷଣ ବିଶ୍ୱରେ ବିରଳ ଉଦାହରଣ ବୋଲି ସେ ଉଲ୍ଲେଖ କରିଛନ୍ତି। ସୌନ୍ଦର୍ଯ୍ୟକରଣ ନାଁରେ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ପୁରୀର ପୁରୁଣା ମଠକୁ ଭଙ୍ଗାଯାଇଛି। ଏହି କାର୍ଯ୍ୟର ପୁରୋଧା କିଏ ବୋଲି ସେ ପ୍ରଶ୍ନ କରିଛନ୍ତି।

 

You might also like