ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣବଳାତ୍କାର ଅଭିଯୋଗ ମାମଲାରେ ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ। ଆସନ୍ତା ଅକ୍ଟୋବର ୧ ତାରିଖ, ଦିନ ୧୧ଟାରେ ଶୁଣାଣି ପାଇଁ ହାଜର ହେବାକୁ ସାନି ସମନ କରାଯାଇଥିବା ମହିଳା କମିଶନ୍ ଅଧ୍ୟକ୍ଷା ମୀନତି ବେହେରା ସୂଚନା ଦେଇଛନ୍ତି।

ସେହିପରି ଏହି ମାମଲାରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଭୁବନେଶ୍ୱର ଡିସିପି ୩ ସପ୍ତାହ ସମୟ ମାଗିଥିବା ସେ ସୂଚନା ଦେଇଛନ୍ତି। ତେବେ ମାମଲାରେ ଯେଉଁ ପୋଲିସ୍ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆସିଛି। ସେମାନଙ୍କୁ ଡିସିପିଙ୍କ ମାଧ୍ୟମରେ ସମନ କରାଯିବାର ଆବଶ୍ୟକତା ରହିଛି କି ନାହିଁ ବୋଲି ସାମ୍ବାଦିକମାନେ ପଚାରିଥିବା ପ୍ରଶ୍ନକୁ କମିଶନ୍ ଅଧ୍ୟକ୍ଷା ଏଡ଼ାଇ ଯାଇଥିଲେ।

ଏହି ମାମଲାରେ ପୂର୍ବ ନୋଟିସ୍ ମୁତାବକ ଓଟିଭି ଏମଡି ଗତକାଲି ଠିକ୍ ସମୟରେ କମିଶନଙ୍କ ଅଫିସରେ ହାଜର ହୋଇଥିଲେ।  ତେବେ ମାମଲା ସମ୍ପର୍କରେ କେତେବେଳେ ଶୁଣାଣି ହେବ ସେ ନେଇ କମିଶନଙ୍କ କାଯର୍ୟାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିଲା।

ଏପରିକି କମିଶନ୍ ଅଧ୍ୟକ୍ଷା ଉପସ୍ଥିତ ଅଛନ୍ତି କି ନାହିଁ ସେ ସମ୍ପର୍କରେ ମଧ୍ୟ ଅବଗତ କରାଯାଇନଥିଲା ପ୍ରାୟ ଅଧଘଣ୍ଟା ଅପେକ୍ଷା କରିବା ପରେ ଓଟିଭି ଏମଡି ସମସ୍ତ ଡକ୍ୟୁମେଣ୍ଟ କମିଶନଙ୍କ କାଯର୍ୟାଳୟ ଦାଖଲ କରି ଫେରିଆସିଥିଲେ।

You might also like