ଆସନ୍ତାକାଲି ଭାରତବନ୍ଦ; କ’ଣ ବନ୍ଦ ରହିବ, କ’ଣ ଖୋଲିବ ?

ନୂଆଦିଲ୍ଲୀ: କେନ୍ଦ୍ର ଲାଗୁ କରିଥିବା ନୂଆ କୃଷି ଆଇନକୁ ବିରୋଧ କରି କୃଷକମାନେ ଡିସେମ୍ବର ୮ ତାରିଖ ଭାରତ ବନ୍ଦ ଡାକରା ଦେଇଛନ୍ତି। କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ୧୧ ଦିନ ଧରି ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। ଆଲୋଚନା ପରେ ବି କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଡିସେମ୍ବର ୯ ତାରିଖ ପୁଣି କେନ୍ଦ୍ର ସରକାର- ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ହେବ। ଏହା ପୂର୍ବରୁ ଚାଷୀ ସଂଗଠନ ଭାରତ ବନ୍ଦ ଡାକରା ଦେଇଛି। ବନ୍ଦରେ ସାମିଲ ହେବା ପାଇଁ ସବୁ ଦଳକୁ ଆହ୍ୱାନ ଦେଇଛି।  ତେବେ ଭାରତ ବନ୍ଦବେଳେ କ’ଣ ଖୋଲା ରହିବ, କ’ଣ ବନ୍ଦ ରହିବ ଆସନ୍ତୁ ଜାଣିବା।

ଆସନ୍ତାକାଲି ହେବାକୁ ଥିବା ଭାରତ ବନ୍ଦ ସକାଳ ୮ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ଦେଶରେ ସମସ୍ତ ପ୍ରକାର ବ୍ୟାବସାୟିକ କାରବାର ବନ୍ଦ ରହିବା ସହ ହରିଆନା, ପଞ୍ଜାବ ଏବଂ ରାଜସ୍ଥାନର ସମସ୍ତ ମଣ୍ଡି ମଧ୍ୟ ବନ୍ଦ ରହିବ। ତେବେ ବିବାହ କାମ ପାଇଁ ଅନୁମତି ରହିଛି। ଆମ୍ବୁଲାନ୍ସ ଏବଂ ଜରୁରୀ କାଳୀନ ସେବା ପାଇଁ ମଧ୍ୟ ଅନମତି ରହିଛି।

ପଢ଼ନ୍ତୁ:ଅଖ-ଚକ ବନ୍ଦ ସମର୍ଥନରେ ଦେଶର ୯ ବିରୋଧୀ ଦଳ

ତେବେ ଏହି ବନ୍ଦ ଶାନ୍ତିପୂର୍ଣ୍ଣ ରହିବ। ଚାଷୀ ଚେତାବନୀ ଦେଇଛନ୍ତି, ଯଦି ସରକାର ଆମ ଦାବି ନ ମାନିବେ ତେବେ ଆନ୍ଦୋଳନ ଆହୁରି ତୀବ୍ର କରାଯିବ। ତେବେ କୌଣସି ପ୍ରକାର ହିଂସାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି କୁହାଯାଇଛି।  ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭାରତ ବନ୍ଦ ରହିବ। ତେବେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚକା ଜାମ୍‌ ରହିବ। ଦୁଧ, ଫଳ ଏବଂ ପରିବା ଗାଡି ବନ୍ଦ ରହିବ। ତେବେ ବାହାଘର, ଜରୁରୀକାଳିନ ସେବା ଉପରେ କୌଣସି କଟକଣା ନାହିଁ।

 

You might also like