ଜେଲର୍‌ଙ୍କ କାରନାମା: ଲୁଚେଇ ବାହାହୋଇ କଣ୍ଢେଇ ଭଳି ଖେଳିଲେ, ଏବେ ବ୍ଲାକ୍‌ମେଲ୍‌

ଭଦ୍ରକ: ଲୁଚେଇ ଲୁଚେଇ ବାହାହୋଇ କଣ୍ଢେଇ ଭଳି ଖେଳିଲେ। ପରେ ଶାରୀରିକ ଓ ମାନସିକ ନିର୍ଯାତନା ଏବଂ ବ୍ଲାକ୍‌ମେଲିଂ। ଭଦ୍ରକ ଜେଲର୍‌ ଚିନ୍ମୟ ପାତ୍ରଙ୍କ ବିରୋଧରେ ଏମିତି ଗୁରୁତର ଅଭିଯୋଗ ଅାଣିଛନ୍ତି ଜଣେ ଇଂଜିନିୟରିଂ ଛାତ୍ରୀ। ଏ ନେଇ ଭଦ୍ରକ ଟାଉନଥାନାରେ ଏତଲା ଦାଏର କରିଛନ୍ତି ସମ୍ପୃକ୍ତ ଇଂଜିନିୟରିଂ ଛାତ୍ରୀ। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ଚିନ୍ମୟ ତାଙ୍କ ସହ ଫେସ୍‌ବୁକ୍‌ରେ ଫ୍ରେଣ୍ଡ୍‌ ହୋଇ ପ୍ରେମ ଜାଲରେ ଫସାଇଥିଲେ। ତା’ ପରେ ଚିନ୍ମୟ ତାଙ୍କ ଘରକୁ ଯାଇ ମିଛ କାହାଣୀ କହି ତାଙ୍କ ବାପା ମା’ଙ୍କୁ ଆପଣାର କରିଥିଲେ। ସେ ବାଲେଶ୍ୱରରେ ରହୁଥିବା ବେଳେ ଚିନ୍ମୟ ବାହାନା ଦେଖାଇ ତାଙ୍କ ପାଖକୁ ଯିବା ଆସିବା କରୁଥିଲା ଏବଂ ତାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ମୟୂରଭଂଜର ଖିଚିଂ ମନ୍ଦିରରେ ବିବାହ କରିଥିଲେ। ବିବାହ ପରେ ଚିନ୍ମୟ ତାଙ୍କୁ କରଂଜିଆ ଜେଲ୍‌ ପରିସର କ୍ୱାର୍ଟରରେ ୨ ମାସ ରଖି ତାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ ଓ କୌଶଳକ୍ରମେ ଅନ୍ତରଙ୍ଗ କ୍ଷଣର ଫଟୋ ଭିଡିଓ  ଉତ୍ତୋଳନ କରିଥିଲେ। କିନ୍ତୁ ଚିନ୍ମୟ ପୂର୍ବରୁ ବୋଲି ସେ ଜାଣିବା ପରେ ତାଙ୍କୁ ଛାଡ଼ି ଚାଲିଯିବାକୁ ଚାହିଁଥିଲେ। ଏବେ ଚିନ୍ମୟ ତାଙ୍କୁ ବ୍ଲାକ୍‌ମେଲ୍ କରିବା ସହ ଫଟୋ ଓ ଭିଡିଓ ଭାଇରାଲ କରିବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଛାତ୍ରୀ। ତାଙ୍କଠାରୁ ଲାପଟପ୍, ମୋବାଇଲ, ବିବାହ ସମ୍ପର୍କିତ ପ୍ରମାଣପତ୍ର ଛଡ଼ାଇ ନେବାସହ ଜୀବନରେ ମାରି ଦେବାକୁ ଧମକ ଦେଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। 

ଘଟଣା ନେଇ ପୂର୍ବରୁ ଛାତ୍ରୀ ଜଣକ ଜେଲ୍‌ ଅାଇଜିଙ୍କୁ ଏ ବିଷୟରେ ଜଣାଇଥିଲେ। ଗତ ୨୩ ତାରିଖରେ ଜେଲ ଡିଅାଇଜି ଏ ବିଷୟରେ ତଦନ୍ତ କରିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇଥିବା ସେ ଅଭିଯୋଗ କରିଛନ୍ତିି।

You might also like