ଜୀବନ ସାଥୀ ସହ ବିବାଦ ଦୂର କରିବାକୁ ଆପଣାନ୍ତୁ ଚାଣକ୍ୟ ନୀତି

କଥାରେ ଅଛି ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି । କଥାର ପ୍ରାସଙ୍ଗିକତା ହେଉଛି, ଅନ୍ୟାନ୍ୟ କାରଣ ପରି ଦାମ୍ପତ୍ୟ ଜୀବନରେ ମଧ୍ୟ ଝଡ଼ ଉଠେ । ବହୁ ବାଦ ବିବାଦ, ମନୋମାଳିନ୍ୟ ଲାଗି ରହେ । ଘରେ ଅଶାନ୍ତି ଲାଗି ରହେ, ତେବେ ଆପଣ ଜାଣିଛନ୍ତି କି ବିଦ୍ୱାନ ଚାଣକ୍ୟଙ୍କ କେତେକ ନୀତି ମାନିଲେ ଆପଣଙ୍କ ଦାମ୍ପତ୍ୟ ଜୀବନ ସୁରୁଖୁରୁରେ ଚାଲିବ ଏବଂ କୌଣସି କଳହ ସୃଷ୍ଟି ହେବନାହିଁ । ଆମେ ଜାଣିଛେ କୌଣସି ବିବାଦ ତଥା ସମସ୍ୟାକୁ ଧରି ବସିଲେ କାମ ସଫଳ ହୁଏନି ବରଂ ଝିନଝଟ ବଢ଼େ । ବିଭିନ୍ନ ସମସ୍ୟା ମାଡ଼ିଆସେ । ଅବିଶ୍ୱାସର ପାହାଡ଼ ଛିଡ଼ା ହେଲେ ବିଶ୍ୱାସର ନଦୀ କଳୁଷିତ ହୁଏ ।

ଚାଣକ୍ୟଙ୍କ କେଉଁ ୨ଟି ମୁଖ୍ୟ ନୀତି ଆପଣାଇଲେ ଦାମ୍ପତ୍ୟ ଜୀବନ ସୁଖମୟ ହୁଏ

୧. ପରସ୍ପର ନିରବତା ହିଁ ଦମ୍ପତିଙ୍କ ସମସ୍ୟା ସମାଧାନର ବାଟ

ଚାଣକ୍ୟଙ୍କ ଅନୁସାରେ ମଉନ ବା ନିରବତା ଅନେକ କଥା କହେ । ଆଉ ଏଥିରେ ଅନ୍ତନିର୍ହିତ ଥାଏ ଅନେକ ଶକ୍ତି । ଯାହା କି ସମସ୍ତଙ୍କୁ ତାଜୁବ କରେ । ନିରବତାର ଶକ୍ତିକୁ ଯିଏ ପରଖିଛି, ସିଏ ଅନେକ କିଛି ଖୁସି ଉପଲବ୍ଧି କରିଛି । ମଉନ ଏକ ଏପରି ଅସ୍ତ୍ର, ଯାହାକି ବଡ଼ବଡ଼ ସମସ୍ୟାକୁ ସମାଧାନ କରିବାରେ ସହାୟକ ହୁଏ । କୌଣସି ବିବାଦ ବେଳେ ଯଦି  ସ୍ୱାମୀ-ସ୍ତ୍ରୀ ନିରବତା ଅବମ୍ବଲନ କରୁଛନ୍ତି, ତେବେ ସେମାନଙ୍କ ପାଇଁ ଭଲ । ଏପରି କରିବା ଦ୍ୱାରା ବିବାଦ ଆଉ ଆଗକୁ ବଢ଼ିବନି । ବିବାଦ ରୋକିବାକୁ ନିରବତା ଏକ ବଡ଼ ମହୌଷଧୀ ।

. ସ୍ୱାମୀ-ସ୍ତ୍ରୀ ପରସ୍ପର ସମ୍ମାନ ଦେବାରେ କମ୍ କରିବେ ନାହିଁ

ଚାଣକ୍ୟଙ୍କ ଅନୁସାରେ ଦାମ୍ପତ୍ୟ ଜୀବନ ସେତେବେଳେ ମଜଭୁତ୍ ହୁଏ ଯେତେବେଳେ ସ୍ୱାମୀ-ସ୍ତ୍ରୀ ପରସ୍ପର ସମ୍ମାନ ଦେଇ ଶିଖନ୍ତି । ତେଣୁ କୌଣସି ବି ସ୍ଥିତିରେ ପରସ୍ପର ମଧ୍ୟରେ ସମ୍ମାନ କମ୍ କରିବା ଉଚିତ୍ ନୁହେଁ । ସମ୍ମାନ ପ୍ରଦର୍ଶନ କମ୍ ରହିଲେ କିମ୍ବା ଖାପ ଖୁଆଇ ନ ଚଳିପାରିଲେ ବିବାଦ ଉପୁଜେ । ଏପରି ସମ୍ମାନ ରୂପକ ମହୌଷଧୀ ଦାମ୍ପତ୍ୟ ଜୀବନକୁ ଦୀର୍ଘସ୍ଥାୟୀ କରେ । ପ୍ରତ୍ୟେକ ସ୍ୱାମୀ-ସ୍ତ୍ରୀ ଜାଣନ୍ତି ବୈବାହିକ ସଂପର୍କ ସତ୍ୟ ଓ ବିଶ୍ୱାସରେ ବନ୍ଧା  । ଏଥିରେ ଊଣା ଅଧିକା ରହିଲେ ଅଶାନ୍ତି ଜାତ ହେବ । ତେଣୁ ଆସନ୍ତୁ ଚାଣକ୍ୟ ନୀତିକୁ ଆଦରି ଦମ୍ପତ୍ୟ ଜୀବନକୁ ସୁଖମୟ କରିବା ।

You might also like