ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ମୋଦିଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଇସ୍ରାଏଲକୁ କ୍ଲୋରୋକୁଇନ୍ ଯୋଗାଇବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ।

ବେଞ୍ଜାମିନ୍ ନେତାନ୍ୟାହୁ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଥ୍ୟାଙ୍କ ୟୁ ମାଇଁ ଡିୟର ଫ୍ରେଣ୍ଡ ବୋଲି କହିଛନ୍ତି।

ଏହା ପୂର୍ବରୁ ମହାମାରୀ କରୋନାର ମୁକାବିଲା ପାଇଁ ଆମେରିକା ଓ ବ୍ରାଜିଲ ମାଗିଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (HCQ)କୁ ଭାରତ ପଠାଇବ ବୋଲି ଅନୁମତି ଦେବାପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବ୍ରାଜିଲ ରାଷ୍ଟ୍ରପତି ଟ୍ୱିଟ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ ଟ୍ୱିଟ କରିଥିଲେ, ସେଥିରେ ସହମତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଭଳି ସମୟରେ ବନ୍ଧୁ ହିଁ ନିକଟତର ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

You might also like