ଦୀପାବଳି ପୂର୍ବରୁ ଘରୁ ହଟାନ୍ତୁ ଏହିସବୁ ଜିନିଷ

ବାଣ ଫୁଟାଇ ଆଲୋକର ପର୍ବ ଦୀପାବଳିକୁ ଲୋକମାନେ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି। ହେଲେ କରୋନା ଯୋଗୁ ଚଳିତ ବର୍ଷ ଦୀପାବଳି ଫିକା ପଡ଼ିପାରେ।

ପୁରାଣ ଅନୁସାରେ, ଦୀପାବଳି ଦିନ ଭଗବାନ ଶ୍ରୀରାମ ଅଯୋଧ୍ୟା ଫେରିଥିଲେ। ଏହି ଖୁସିରେ ଅଯୋଧ୍ୟାବାସୀ ଦୀପ ଜଳାଇ ଭଗବାନ ଶ୍ରୀରାମଙ୍କୁ ସ୍ୱାଗତ କରିଥିଲେ।

ସୁଖ, ସମୃଦ୍ଧି କାମନା କରି ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ସହ ନୂଆ ସାମଗ୍ରୀ ଘରକୁ ଆଣିଥାନ୍ତି ଲୋକେ। ତେଣୁ ଏହି ଦିନରେ ଘରକୁ ସଫା ସୁତୁରା ରଖାଯାଇ ବିଭିନ୍ନ ପ୍ରକାରର ରଙ୍ଗୀନ ଲାଇଟ୍‌ରେ ଘରକୁ ସାଜସଜ୍ଜା କରାଯାଇଥାଏ।

ଜାଣନ୍ତୁ ଏହି ଦିନରେ ଆପଣଙ୍କୁ କେଉଁ ସବୁ ଜିନିଷ ଉପରେ ଧ୍ୟାନ ରଖିବା ଉଚିତ୍…

  • ଦୀପାବଳିରେ ଘର ସଫାସୁତୁରା ସମୟରେ ପ୍ରଥମେ ଘରେ ଥିବା ଭଙ୍ଗା ବାସନକୁ ହଟାଇ ଦିଅନ୍ତୁ। କୁହାଯାଇଥାଏ, ଯଦି କେହି ଭଙ୍ଗା ବାସନରେ ଖାଦ୍ୟ ଖାଆନ୍ତି ତା’ହେଲେ ସେ ଗରିବ ହେବାସହ ଘରେ ବାସ୍ତୁ ଦୋଷ ଦେଖାଦେଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ, ଭାଙ୍ଗି ଯାଇଥିବା ବାସନରେ ଖାଇଲେ ଧନ ହାନି ଓ ଲୋକ ଗରିବ ହୋଇଯାଆନ୍ତି।
  • ଯଦି ଆପଣଙ୍କ ଘରର କୌଣସି ଝରକା କାଚ ଭାଙ୍ଗି ଯାଇଛି, ତା’ହେଲେ ଏହାକୁ ତୁରନ୍ତ ବଦଳାନ୍ତୁ। ଭାଙ୍ଗି ଯାଇଥିବା କାଚ ଦୁର୍ଭାଗ୍ୟର ସଙ୍କେତ ବୋଲି ବିଶ୍ୱାସ କରାଯାଇଥାଏ। ବାସ୍ତୁ ଶାସ୍ତ୍ରରେ ମଧ୍ୟ ଭଙ୍ଗା କାଚକୁ ଅଶୁଭ ବୋଲି ମନେ କରାଯାଇଥାଏ।
  • ଅଧିକାଂଶ ଲୋକଙ୍କ ଘରେ ଫ୍ୟାମିଲି ଫଟୋ କାନ୍ଥରେ ଲାଗିଥିବା ଦେଖିବାକୁ ମିଳିଥାଏ। ଯଦି ଆପଣଙ୍କ ଘରେ ଏଭଳି କିଛି ଫ୍ୟାମିଲି ଫଟୋ ଅଛି ଓ ଏହା ଭାଙ୍ଗି ଯାଇଛି, ତା’ହେଲେ ତୁରନ୍ତ ଏହାକୁ ବଦଳାନ୍ତୁ। ନଚେତ୍‌ ଘରେ ବାସ୍ତୁ ଦୋଷ ଦେଖାଦେଇଥାଏ। ଏହାଦ୍ୱାରା ଘରେ ସୁଖ, ଶାନ୍ତି ନଷ୍ଟ ହେବାସହ ପରିବାର ସଦସ୍ୟଙ୍କ ମଧ୍ୟରେ ଭଲପାଇବା କମିଯାଏ।
  • ଯଦି ଆପଣଙ୍କ ଘରେ ଥିବା ଘଣ୍ଟା ଚାଲୁ ନାହିଁ କିମ୍ବା ଏହା ଖରାପ ହୋଇଯାଇଛି, ତା’ହେଲେ ତୁରନ୍ତ ଦୀପାବଳି ପୂର୍ବରୁ ଏହାକୁ ବଦଳାଇ ଦିଅନ୍ତୁ। କାହିଁକି ନା ଏହାଦ୍ୱାରା ଘରେ ସକାରାତ୍ମକ ଭାବନା କମିବା ସହ ନକାରାତ୍ମକ ଭାବନାର ଆରମ୍ଭ ହୋଇଥାଏ।
  • ଯଦି ଆପଣଙ୍କ ଘରେ କିଛି ଇଲେକ୍ଟ୍ରୋନିକ୍ସ ଜିନିଷ ଖରାପ ହୋଇ ପଡ଼ିଛି, ତା’ହେଲେ ଦୀପାବଳି ପୂର୍ବରୁ ଏହାକୁ ଘରୁ ହଟାଇ ଦିଅନ୍ତୁ। ନଚେତ୍‌ ଏହାଦ୍ୱାରା ଶନି ଦୋଷ ସହ ବାସ୍ତୁଦୋଷ ମଧ୍ୟ ଦେଖାଦେଇଥାଏ।
You might also like