ସୌରଭ ଗାଙ୍ଗୁଲି ଅସୁସ୍ଥ

କୋଲକାତା: ବିସିସିଆଇ(Board of Control for Cricket in India) ସଭାପତି ତଥା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି।  ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ କୋଲକାତାର ଉଡ୍‌ଲାଣ୍ଡ୍‌ସ୍ ମଲ୍ଟିସ୍ପେଶାଲିଟି‌‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଜିମ୍‌ରୁ ଫେରିବା ପରେ ସୌରଭଙ୍କର ପ୍ରଥମେ ମୁଣ୍ଡ ବୁଲାଇଥିଲା ଓ ସେ ଅଚେତ ହୋଇଯାଇଥିଲେ। ତେବେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇପାରେ ବୋଲି ଜଣାପଡ଼ିଛି।

୪୮ ବର୍ଷୀୟ ସୌରଭଙ୍କ ସ୍ୱାସ୍ଥାବସ୍ଥାକୁ ନେଇ ହସ୍ପିଟାଲ୍‌ର ଜଣେ ଅଧିକାରୀ କହିଛନ୍ତି, ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏହି ଯନ୍ତ୍ରଣା ହୃଦ୍‌ଘାତ ଯୋଗୁ ହୋଇଛି କି ନାହିଁ, ସେନେଇ ଆମେ ପରୀକ୍ଷା କରୁଛୁ। ତାଙ୍କର ଅନେକ ଟେଷ୍ଟ କରାଯାଇପାରେ।

ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ୍‌ର ପ୍ରଫେସର ଡଃ ସରୋଜ ମଣ୍ଡଳ ଉଡ୍‌ଲାଣ୍ଡ୍‌ସ୍‌ ହସ୍ପିଟାଲ୍‌ରେ‌ ପହଞ୍ଚିଥିବା ଜଣାପଡ଼ିଛି।

ଟ୍ୱିଟ୍‌ କରି ସୌରଭଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

You might also like