ସୋସିଆଲ ମିଡିଆରେ ପୁଣି ମୁହଁ ଖୋଲିଲେ ବର୍ଷା

କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ହିଂସା ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ଘଟଣା ପରେ ବର୍ଷା ଅନୁଭବଙ୍କ ନାଁ ନ ନେଇ ଗୋଟିଏ ପରେ ଗୋଟିଏ ପୋଷ୍ଟ କରି ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି। 

ଏବେ ପୁଣି ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି ବର୍ଷା। ଗତକାଲି ବର୍ଷା ଟ୍ୱିଟ କରି କହିଛନ୍ତି, ସତ୍ୟକୁ କେହି ହରାଇ ପାରିବେନି। ଆଉ ଏହା ଖୁବଶୀଘ୍ର ପ୍ରମାଣିତ ହୋଇଯିବ। କୋର୍ଟ ନିଜ ପଦକ୍ଷେପ ନେବେ।

ସେ ଆହୁରି କହିଛନ୍ତି, ‘ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ସମସ୍ତଙ୍କ ଆଶୀର୍ବାଦ ବଳରେ ମୁଁ ନୀରବତା ଭାଙ୍ଗିବାକୁ ଯାଉଛି। କାହାକୁ ମିଛରେ ଅଭିଯୁକ୍ତ ସଜାଇ ପାରିବେନି। କାରଣ ଏହି ଅଧିକାର କୌଣସି ବ୍ୟକ୍ତିଙ୍କର ନାହିଁ। ସମସ୍ତଙ୍କ ପ୍ରତି ମୋର ଭଲ ପାଇବା ରହିଛି। 

ରବିବାର ଦିନ ମଧ୍ୟ ବର୍ଷା ଏକ ଟ୍ୱିଟ କରି ଲେଖିଥିଲେ, ‘ସତ କେବେ ଲୁଚି ରହେନା। ଭୁଲ୍‌ ଏବଂ ମିଥ୍ୟା ଅଭିଯୋଗ ଆଣି ଜଣକୁ ବଦନାମ କରିବା ପୂର୍ବରୁ ଭଗବାନଙ୍କୁ ଡରିବା ଉଚିତ୍‌। ଭଗବାନଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ରହିଛି।’

ବର୍ଷା ଆହୁରି କହିଥିଲେ, ‘କେହି ଆଇନର ଉର୍ଦ୍ଧ୍ୱରେ ନୁହଁନ୍ତି। ମୁଁ ଯେଉଁ କଠିନ ସମୟ ଦେଇ ଗତି କରୁଛି, ଏଠି ସମସ୍ତଙ୍କର ଆଶୀର୍ବାଦ ଚାହୁଁଛି। ଏହାସହ ମୁଁ ନିରବତା ଭଙ୍ଗ କରିବା ପାଇଁ ଚେଷ୍ଟା କରୁଛି। ସମସ୍ତଙ୍କ ପ୍ରତି ମୋର ସମ୍ମାନ ଓ ଭଲ ପାଇବା ରହିଛି।’

ବର୍ଷା ଟ୍ୱିଟ୍‌ କରି ଏସବୁ ଉଲ୍ଲେଖ କରିବା ସହ ମହାପ୍ରଭୁ ଜଗନ୍ନାଥଙ୍କ ଏକ ଫଟୋ ମଧ୍ୟ ଶେଆର କରିଥିଲେ।

 

 

ଆହୁରି ପଢ଼ନ୍ତୁ

ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

You might also like