ଅସହାୟ, ନିରାଶ୍ରୟଙ୍କୁ ସହାୟତାର ହାତ ବଢ଼ାଇଲା ବନଫୁଲ ସହଯୋଗ ସମିତି

ଭୁବନେଶ୍ବର: ସାମାଜିକ ଅନୁଷ୍ଠାନ ବନଫୁଲ ସହଯୋଗ ସମିତି ପକ୍ଷରୁ ରାଜ୍ୟର ଅସହାୟ, ରୋଗୀ, ଗରିବ ଓ ନିରାଶ୍ରୟମାନଙ୍କୁ ସହାୟତା ପ୍ରଦାନ କରାଯାଇଛି।

କେନ୍ଦ୍ରାପଡା ଜିଲ୍ଲା ପେଣ୍ଠ ଗାଁର ଚାଷୀ ଦଧିବାମନ ସାହୁଙ୍କ ବ୍ରେନ୍ ଷ୍ଟ୍ରୋକ ଖବର ପାଇ ବନଫୁଲ ସହଯୋଗ ସମିତି ତାଙ୍କ ଘରେ ପହଞ୍ଚି ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲା।

ସେହିପରି ରାଜନଗର ଗାଁର ହୃଷି ରଣା, ଡାଂଗମାଳ ଗାଁର ଗିରିଧାରୀ ବେହେରା ଓ କଟକ ଜିଲ୍ଲା ଭାତପଡା ଗାଁର ପକ୍ଷାଘାତ ପୀଡିତ ସାମ୍ବାଦିକ ଓ ଶିଶୁ ସାହିତ୍ୟିକ ରମେଶ ବେହେରାଙ୍କୁ ଅନୁଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଏହାସହ ସମାଜରେ ଅସହାୟ, ମାନସିକ ବିକୃତ ବ୍ୟକ୍ତି ଓ ପଶୁପକ୍ଷୀମାନଙ୍କୁ ଖାଦ୍ୟ ପ୍ରଦାନ କରୁଛି ଏହି ଅନୁଷ୍ଠାନ।

ବନଫୁଲ ସହଯୋଗ ସମିତିର ଏଭଳି କାର୍ଯ୍ୟକୁ ସ୍ୱାଗତଯୋଗ୍ୟ ବୋଲି ଲୋକେ କହିଛନ୍ତି।

You might also like