ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଲେ ‘କଙ୍ଗାରୁ କୋର୍ଟ ଭଳି ଲାଗୁଛି, ଗଣତନ୍ତ୍ର ପାଇଁ ଭଲ ନୁହେଁ’

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ବିରୋଧରେ ନେତା ଓ କର୍ମୀଙ୍କ ଅଭିଯୋଗ ପ୍ରସଙ୍ଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି, କଙ୍ଗାରୁ କୋର୍ଟ ଭଳି ଲାଗୁଛି।

ସେ ଆହୁରି କହିଛନ୍ତି ଯେ,‘ଦାମ ବାବୁ ଜଣେ ବରିଷ୍ଠ ନେତା। ସେ ଆଣିଥିବା ଅାରୋପଗୁଡ଼ିକ ଗମ୍ଭୀର। ଏହାର ସତ୍ୟାସତ୍ୟ ଯାଞ୍ଚ କରାଯିବାର ଅାବଶ୍ୟକତା ଅଛି। ପୂର୍ବରୁ ପ୍ରଥମ ଦୁଇ ତିନିଟି ଟର୍ମରେ ଏଭଳି ଅଭିଯୋଗ ଆସିଲେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠନ ହେଉଥିଲା। ଏବେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ତାହା ସରକାର ଉତ୍ତର ଦେଇପାରିବେ। ଏବେ ଦାମ ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ କି ନାହିଁ କହିପାରିବିନି। କିନ୍ତୁ ଦଳରେ ଆଉ କେହି ବିଜୁ ବାବୁଙ୍କର ସମର୍ଥକ ରହିଲେ ନାହିଁ ଯାହା ତାଙ୍କ ବିଚାରରେ ଭଲ କଥା ନୁହେଁ।’

ସେ ପୁଣି କହିଛନ୍ତି ଯେ, ‘ଯେତେବେଳେ ମୋ ବିରୋଧରେ କିଛି ଲୋକ ଅାସି ଫେରାଦ ହେଉଥିଲେ ସେମାନେ ବାହାରକୁ ଅାସି ଏହା ତାଙ୍କୁ କହିବାକୁ ଶିଖା ଯାଇଥିବା ଗଣମାଧ୍ୟମକୁ କହିଥିଲେ। ଯାହା ହେଉଛି, ଦେଖିଲେ ଲାଗୁଛି ସବୁ ଘଟଣା କଙ୍ଗାରୁ କୋର୍ଟ ଭଳି ହେଉଛି,ଏହା ଗଣତନ୍ତ୍ର ପାଇଁ ଭଲ ନୁହେଁ କି ଆମ ରାଜ୍ୟ ପାଇଁ ଭଲ ନୁହେଁ”

You might also like