ଦିଲ୍ଲୀରୁ ବେଙ୍ଗାଲୁରୁ ଯାତ୍ରା ବେଳେ ବିମାନରେ ଶିଶୁପୁତ୍ର ଜନ୍ମଦେଲେ ମହିଳା

ବେଙ୍ଗାଲୁରୁ: ବିମାନରେ ଜନ୍ମ ନେଲା ଶିଶୁ। ଆକାଶରେ ଉଡ଼ିବା ବେଳେ ଦିଲ୍ଲୀ-ବେଙ୍ଗାଲୁରୁ ଇଣ୍ଡିଗୋ ଫ୍ଲାଇଟ୍‌ରେ ଜଣେ ମହିଳା ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି।

ବୁଧବାର ସନ୍ଧ୍ୟା ୬ଟା ୧୦ରେ ବିମାନଟି ଦିଲ୍ଲୀରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ବେଳେ ଶିଶୁଟି ଜନ୍ମଗ୍ରହଣ କରିଥିଲା।

ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି। ବିମାନଟି ସଂଧ୍ୟା ୭ଟା ୪୦ରେ ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିଥିଲା। ଏହାପରେ ବିମାନ ବନ୍ଦର କର୍ମଚାରୀମାନେ ମହିଳା ଓ ନବଜାତ ଶିଶୁକୁ ସ୍ୱାଗତ କରିଥିଲେ।

You might also like