‘ତିତ୍‌ଲି’ ବହିବା ଦିନ ଶିଶୁ କନ୍ୟାର ଜନ୍ମ

ନୟାଗଡ଼ା  : ବାତ୍ୟା ‘ତିତ୍‌ଲି’ର କରାଳ ରୂପ ଦେଖିଛନ୍ତି ଲୋକେ। କେଉଁଠି ଲୋକଙ୍କ ଘର ଦ୍ୱାର ଭାଙ୍ଗି ଯାଇଥିବା ବେଳେ ପବନ ଉଡ଼ାଇ ନେଇଛି ସବୁକିଛି । ହେଲେ ନୟାଗଡ଼ା ସହରର ଦେବୀ ପ୍ରସାଦଙ୍କ ଘରେ ଖେଳି ଯାଇଛି ଖୁସିର ଲହରି ।

ଅାଜି ସକାଳୁ ଦେବୀ ପ୍ରସାଦଙ୍କ ପତ୍ନୀ ଜନ୍ମ ଦେଇଛନ୍ତି ଏକ ଶିଶୁ କନ୍ୟାକୁ । ବାତ୍ୟା ‘ତିତ୍‌ଲି’ ବହିବା ଦିନ କନ୍ୟା ଜନ୍ମ ହୋଇଥିବାରୁ ତା ନାଁ ‘ତିତ୍‌ଲି’ ଦିଅାଯାଇଛି।

ସେହିପରି ଅାସିକା ସହରରେ ବି ଜନ୍ମ ହୋଇଛି ଶିଶୁ କନ୍ୟା। ଯାହାର ନାଁ ପରିବାର ଲୋକେ ‘ତିତ୍‌ଲି’ ବୋଲି ରଖିଛନ୍ତି। ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ଶିଶୁ କନ୍ୟା ଜନ୍ମ ହୋଇଛି। ଯାହାର ନାଁ ‘ତିତ୍‌ଲି’ ରଖାଯାଇଛି।

You might also like