ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ

ଗଜପତି : ଆୟୁଷ ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ। ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଖଜୁରୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସୁବୋଧ କୁମାର ରଥଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛିା ଡାକ୍ତର ସୁବୋଧ କୁମାର ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ମେଡିକାଲର ଜଣେ କର୍ମଚାରୀ ଡାକ୍ତର ସୁବୋଧଙ୍କୁ ସରକାରୀ ବାସଭବନକୁ ଯାଇ ଡାକିବା ପରେ ସେ ଶୁଣିନଥିଲେ। ପରେ ଝରକା ନିକଟରୁ ଘରୁ ଦୁର୍ଗନ୍ଧ ବାହାରୁଥିବା ବାରିପାରିଥିଲେ। ପୋଲିସକୁ ଖବର ଦେବାପରେ ପୋଲିସ ଆସି ଘର ଖୋଲିଥିଲା।

ଆର. ଉଦୟଗିରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଡାକ୍ତରଙ୍କ ମୃତଦେହକୁ ଜବତ କରାଯାଇଛି। ମୃତ ଡାକ୍ତର ସୁବୋଧ ରଥଙ୍କ ଘର ଗଂଜାମ ଜିଲ୍ଲା ପୋଲସରାରେ ବୋଲି ଜଣାପଡ଼ିଛି। ସେ ବିବାହିତ ଏବଂ ଏକ କନ୍ୟା ସନ୍ତାନର ବାପା।

ତେବେ କେଉଁ ପରିସ୍ଥିତିରେ ଏବଂ କାହିଁକି ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ଘଟିଛି, ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ପୋଲିସ ମୃତଦେହକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

You might also like