ଲୋକଙ୍କ ସଂଶୟ ଦୂର କରିବା ପାଇଁ ପୁଲିସକୁ ପରାମର୍ଶ ଦେଲେ ପୂର୍ବତନ ଡିଜି

ଭୁବନେଶ୍ୱର: ରାଜଧାନୀରେ ଶିଖ୍ ସଂପ୍ରଦାୟର ବ୍ୟକ୍ତି ପରବିନ୍ଦର ସିଂଙ୍କୁ ଆକ୍ରମଣ ଓ ପୋଲିସ ତଦନ୍ତକୁ ନେଇ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଆଜି ଟ୍ୱିଟ୍‌ ଯୋଗ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହି ଘଟଣା ଧିରେ ଧିରେ ଅଧିକ ରହସ୍ୟମୟ ହେବାରେ ଲାଗିଛି। ଆଶା କରୁଛି ପୁଲିସ ଚାପରେ ନଆସି ଏହି ଘଟଣାକୁ ନିରପେକ୍ଷ ଭାବେ ତଦନ୍ତ କରିବ। ସାଧାରଣ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ସଂଶୟକୁ ଶୀଘ୍ର ଦୂର କରିବ।

ସୂଚନାଥାଉ କି, ଇଟା, ପଥରରେ ପୁଲିସ ଉପସ୍ଥିତିରେ ପରବିନ୍ଦର ସିଂଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ। ରକ୍ତ ବୋହିଲା। ଆଖି ଫାଟିଲା, ମର୍ଯ୍ୟଦାର ପଗଡ଼ି ମାଟିରେ ଲୋଟିଲା। ଦିନ ଦ୍ୱିପ୍ରହରରେ ଗୁଣ୍ଡାଗର୍ଦ୍ଦିର ଏମିତି ଦୃଶ୍ୟ ସିସିଟିଭିରେ କଏଦ୍ ହୋଇ ଗଣମାଧ୍ୟମ ଜରିଆରେ ସାରା ଦୁନିଆ ଦେଖିଲା।

ଏହି ଘଟଣା ପରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିଲା । ସେମନେ ହେଲେ ବିଜେଡିର ପୂର୍ବତନ କର୍ପୋରେଟରଙ୍କ ପୁତୁରା ଦୀପକ ଜେନା, ତାଙ୍କ ସହଯୋଗୀ ଶଙ୍କର ରାଉତ ଓ ଦୀପକ ମହାନ୍ତି। ହେଲେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଏମିତି ଦଫା ଲଗାଇଲା, ଗିରଫର ମାତ୍ର କେଇ ଘଣ୍ଟା ଭିତରେ ଆକ୍ରମଣକାରୀଙ୍କୁ ବେଲ୍ ମିଳିଗଲା।

ଏହାକୁ ନେଇ ପରବିନ୍ଦର ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଆଉ କଣ ହୋଇଥିଲେ ହତ୍ୟା ଉଦ୍ୟମର ଦଫା ୩୦୭ ଲାଗିଥାନ୍ତା ବୋଲି ସେ ପ୍ରଶ୍ନ କରିଛନ୍ତି ।

 

You might also like