ସିବିଆଇ ଜେରା ନେଇ ହାଥରସ ପୀଡିତାଙ୍କ ଭାଇ କଲେ ବଡ ଖୁଲାସା

ହାଥରସ:ଉତ୍ତରପ୍ରଦେଶ ହାଥରସ ଘଟଣାର ଯାଞ୍ଚ ସିବିଆଇ କରୁଛି। ସିବିଆଇ ପୁଣି ଥରେ ପୀଡିତାଙ୍କ ପରିବାରକୁ ପଚରାଉଚରା କରୁଛି। ସିବିଆଇ ଯାଞ୍ଚକୁ ନେଇ ପୀଡିତାଙ୍କ ଭାଇ ଏକ ବଡ ଖୁଲାସା କରିଛନ୍ତି।  ବୁଧବାର ମାନବାଧିକାର ସଂଗଠନ  ପିପିଲ୍ସ ଫର ସିଭିଲ ଲିବର୍ଟିର ପ୍ରତିନିଧିଙ୍କ ସହ ଆଲୋଚନାବେଳେ ପୀଡିତାଙ୍କ ଭାଇ ଏହି ଖୁଲାସା କରିଛନ୍ତି।

ପୀଡିତାଙ୍କ ଭାଇ କହିଛନ୍ତି, ସିବିଆଇ ଟିମ୍‌ ତାଙ୍କୁ ପଚାରିଥିଲା ‘ତୁମେ ହିଁ ତୁମ ଭଉଣୀଙ୍କୁ ମାରିଛ।’ ତେବେ ପୀଡିତାଙ୍କ ଭାଇ ଉତ୍ତର ଦେଇଥିଲେ, ଯଦି ମୁଁ ମୋ ଭଉଣୀକୁ ମାରିଥାନ୍ତି ତେବେ ଥାନାକୁ କାହିଁକି ଯାଇଥାନ୍ତି ? ଯଦି ମାରିବାର ଥାଆନ୍ତା, ତେବେ ଘର ଭିତରେ ହିଁ ମାରିଥାନ୍ତୁ।’

ସୂଚନାଥାଉ କି, ହାଥରସ ଘଟଣାରେ ପୀଡିତାଙ୍କ ପରିବାରକୁ ସାନ୍ତ୍ୱନା ଦେବା ପାଇଁ ମାନବାଧିକାର ସଂଗଠନର ପ୍ରତିନିଧି ମଣ୍ଡଳ ଆସିଥିଲେ। ତେବେ ଏହା ପୂର୍ବରୁ ସିବିଆଇ ଟିମ୍‌ ପୀଡିତାଙ୍କ ପରିବାରକୁ ପଚରାଉଚରା କରିଥିଲା।  ମାନବାଧିକାର ସଂଗଠନ ପ୍ରତିନିଧି ଯେତେବେଳେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ସେତେବେଳେ ପୀଡିତାଙ୍କ ଭାଇ ଏହି ବିଷୟରେ ଖୁଲାସା କରିଥିଲେ।

ପୀଡିତାଙ୍କ ଭାଇ କହିଥିଲେ, ଯଦି ଭଉଣୀଙ୍କୁ ମାରିଥାନ୍ତୁ ତେବେ ଥାନାକୁ କାହିଁକି ଯାଇଥାନ୍ତୁ ? ସିବିଆଇର ଏପରି ପ୍ରଶ୍ନରେ କ୍ଷୋଭ ପ୍ରକାଶ କରିଛନ୍ତି ।

You might also like