ଆସାମ ଚୂଡ଼ାନ୍ତ ନାଗରିକ ତାଲିକାରୁ ବାଦ୍‌ ପଡ଼ିଲେ ୧୯ ଲକ୍ଷ

ନୂଆଦିଲ୍ଲୀ: ଆସାମ୍‌ରେ ଚୂଡ଼ାନ୍ତ ନାଗିରକ ତାଲିକା ବା ଏନଆରସି (ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ)  ତାଲକା ଆଜି ପ୍ରକାଶ ପାଇଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ପ୍ରାୟ୧୯ ଲକ୍ଷ ଲୋକଙ୍କୁ ବାଦ୍‌ ଦିଆଯାଇଛି। ଏନଆରସିର ଷ୍ଟେଟ୍‌ କୋ-ଅଡିନେଟର ପ୍ରତୀକ ହଜାରିକାଙ୍କ ସୂଚନା ଅନୁଯାୟୀ, ପ୍ରାୟ ୩କୋଟି ୧୧ ଲକ୍ଷ ୨୧ ହଜାର ୪ ଜଣ ଏହି ତାଲିକାରେ ସାମିଲ ହୋଇ ପାରିଛନ୍ତି।

ଏହି ତାଲିକା ପ୍ରକାଶ ପାଇବା ପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ବାଦ୍ ପଡ଼ିଥିବା ଲୋକମାନେ ଚାହିଁଲେ  ବିଦେଶୀ ନାଗରିକ ଟ୍ରିବ୍ୟୁନାଲରେ ଆବେଦନ କରିପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଆସାମ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ୪୦୦ ବିଦେଶୀ ଟ୍ରିବ୍ୟୁନାଲରେ ଆବେଦନ କରିପାରିବେ। ଏଥିପାଇଁ ୧୨୦ ଦିନର ମହଲତ ଦେଇଛନ୍ତି ସରକାର।

ରାଜ୍ୟରେ ହିଂସା ସମ୍ଭାବନାକୁ ନଜରରେ ରଖି ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ଏବଂ ଅତିସମ୍ୱେଦନଶୀଳ ସ୍ଥାନରେ ଧାରା ୧୪୪ ଲାଗୁ କରାଯାଇଛି। ଆସାମ ଡିଜିପି କୁଲାଧାର ସୌକିୟା କହିଛନ୍ତି କେହି ବି ଅପପ୍ରଚାର କରିବା ପାଇଁ ଚେଷ୍ଟା କଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆସାମ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପ୍ରକାଶିତ ଏନଆରସି ତାଲିକାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ କିଭଳି ବାଦ୍ ପଡ଼ିଥିବା ବ୍ୟକ୍ତିଙ୍କୁ ସାମିଲ୍ କରିହେବ ସେ ନେଇ ଯୋଜନା ହେବ ବୋଲି ସେ କହିଛନ୍ତି।

ଅନ୍ୟପଟେ ଏନଆରସିକୁ ନେଇ କଂଗ୍ରେସ ମଧ୍ୟ ଏକ ବୈଠକ ଡ଼କାଇଛି। ଆଜି କଂଗ୍ରେସର ଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଦଳୀୟ ନେତାଙ୍କୁ ନେଇ ଏନଆରସି ବାବଦରେ ବୈଠକ ବସିବ।

ସୂଚନାଯୋଗ୍ୟ,୧୯୭୯ରୁ ୧୯୮୫ ସମୟରେ ଆସାମାରେ ଦୀର୍ଘ ୬ ବର୍ଷ ମଧ୍ୟରେ ବଡ଼ ବଡ଼ ଆନ୍ଦୋଳନ ହୋଇଛି। ଏହି ସମୟରେ ଅନେକ ବାଂଲାଦେଶୀ ଆସି ଆସାମରେ ବସବାସ କରିଥିବା ଜଣାପଡ଼ିଥିଲା। ତେଣୁ ଆସାମ ବାସୀଙ୍କ ପାଇଁ ଏନଆରସି ତାଲିକା ଜରୁରୀ ହୋଇ ପଡ଼ିଥିଲା।

ଆସାମର ଏହି ଏନଆରସି ତାଲିକା ପ୍ରଥମେ ୧୯୫୧ରେ ଜାରି ହୋଇଥିଲା। କିନ୍ତୁ ଜୁଲାଇ ୩୦ ୨୦୧୮ରେ ଡ୍ରାଫ୍ଟ ପ୍ରକାଶିତ ହୋଇଥିଲା। ଯେଉଁଥିରେ ୪୦ ଲକ୍ଷ ୭ ହଜାର ଲୋକ ବାଦ୍ ପଡ଼ିଥିଲେ।

୨୦୦୫ରେ ମନମୋହନ ସିଂହ ସରକାର ସମୟରେ କେନ୍ଦ୍ର ସରକାର, ଆସାମ ସରକାର ଓ ଅଲ ଆସାମ୍ ଷ୍ଟୁଡେଣ୍ଟସ ୟୁନିଅନ ମଧ୍ୟରେ ତ୍ରିପାକ୍ଷିକ ବୈଠକ ବସିଥିଲା। ଯେଉଁଥିରେ ଆସାମ ରାଜ୍ୟ ଗଠନ ହେବା ବେଳେ ଦିଆଯାଇଥିବା ପ୍ରତିଶ୍ରୁତି ଏନଆରସି ତାଲିକାକୁ ଅପଡେଟ୍ କରିବା ପାଇଁ ସହମତି ପ୍ରକାଶ ପାଇଥିଲା।

ଏହାପରେ ୨୦୧୩ରେ ସୁପ୍ରିମକୋର୍ଟ ଏନଆରସି ତାଲିକା ଅପଡେଟ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପ୍ରକୃତରେ ଏହି କାମ ଫେବ୍ରୁଆରୀ ୨୦୧୫ରେ ଆରମ୍ଭ ହୋଇଥିଲା।

-୧୯୮୦ ମସିହାରେ ଆସାମରେ ବିଦେଶୀ ବିଶେଷକରି ବାଂଲାଦେଶୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ତାଲିକାକୁ ଅପ୍‌ଡେଟ୍‌ କରିବା ପାଇଁ ଦାବି ହୋଇ ଆସୁଥିଲା।
-ଆସାମ ଷ୍ଟୁଣ୍ଡେଣ୍ଟସ୍‌ ୟୁନିୟନ ଏବଂ ଆସାମ୍‌ ଗଣ ପରିଷଦ ଏନଆରସି ତାଲିକା ସଂଶୋଧନ ଦାବି କରି ୧୯୮୦ରେ କେନ୍ଦ୍ର ସରକାରଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ। ବଂଲାଦେଶୀଙ୍କ ଅନୁପ୍ରବେଶ ପାଖରୁ ଆସାମ ସଂସ୍କୃତି ରକ୍ଷା ପାଇଁ ଏହି ସଂଗଠନ ପକ୍ଷରୁ ଦାବି କରାଯାଇଥିଲା। 

 

ଆହୁରି ପଢ଼ନ୍ତୁ

ବୃଦ୍ଧ ଦମ୍ପତିଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ଭିଜିଲାନ୍ସ ସ୍କାନରରେ ଅଧ୍ୟାପକ

Corona Update In Odisha: ଆଜି ୨ ହଜାର ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଗୋଟିଏ ବଳଦ ପାଇଁ ସଡ଼ୁକୁ ପିଟିପିଟି ମାରିଦେଲା ସଡ଼ୁ

ଭାଇ ଓ ଭଉଣୀଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଭାସିଗଲା ଦେଢ କିଲୋ ସୁନା

କରୋନା ସଂକ୍ରମଣ ରୋକିବାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚିନ୍ତାଜନକ ତଥ୍ୟ

ଆସିଗଲା ମେଡ୍‌ ରୋବୋ: ଆଉ ବାରମ୍ବାର କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବେନି ଡାକ୍ତର

ଫେରୁଛି ଚେନ୍ନାଇର ଚମକ, ହାଇଦ୍ରାବାଦକୁ ହରାଇ ତୃତୀୟ ଥର ବିଜୟ ହାସଲ କଲା ଧୋନି ବାହିନୀ

ଗୋଟେ ଘଣ୍ଟାରେ ୩୩ପ୍ରକାର ଖାଦ୍ୟ କରି ରେକର୍ଡ କଲେ ୧୦ବର୍ଷର ଝିଅ

You might also like