ଚାକିରି ହରାଇଲେ ୭ ହଜାର କର୍ମଚାରୀ !

ଖୋର୍ଦ୍ଧା: ସେସୁକୁ ଟାଟା ପାୱାରା ଅଧିଗ୍ରହଣ କରିବା ପରେ ପ୍ରାୟ ୭ହଜାର କର୍ମଚାରୀ ଚାକିରି ହରାଇଥିବା ଅଭିଯୋଗ ହୋଇଛି।

ବିଭିନ୍ନ ଫ୍ରାଞ୍ଚାଇଜ୍ ଅଧୀନରେ କାମ କରୁଥିବା ୬ ହଜାର ୭୦୦ କର୍ମଚାରୀଙ୍କୁ କାମରୁ ଛଟେଇ କରାଯାଇଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ୨୦୦୮ ମସିହାରୁ ଫାଇଲିନ୍, ହୁଡହୁଡ୍, ଫନି ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ କାମ କରି ଆସୁଥିବା ଏହି କର୍ମଚାରୀଙ୍କୁ ଏବେ ହଠାତ୍ କାମରୁ ହଟାଇ ଦିଆଯାଇଛି। ମହାମାରୀ କରୋନା ସମୟରେ ସରକାରଙ୍କ ଏପରି ପଦକ୍ଷେପକୁ ଓଡ଼ିଶା ପାୱାର ଡିଷ୍ଟ୍ରିବ୍ୟୁସନ୍‌ ଫ୍ରାଞ୍ଚାଇଜ୍ ସଂଘ ତୀବ୍ର ନିନ୍ଦା କରିଛି।

ଖୋର୍ଦ୍ଧାର ବରୁଣେଇରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତିନିଧିମାନେ ଯୋଗ ଦେଇ ଏପରି ଛଟେଇ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମହାମାରୀ କରୋନା ସମୟରେ ସରକାର କିଭଳି କର୍ମଚାରୀଙ୍କୁ ଛଟେଇ କରିବାକୁ ଅନୁମତି ଦେଲେ, ତାକୁ ନେଇ ସଂଘ ପ୍ରଶ୍ନ କରିଛି। ତେବେ ଏନେଇ ଟାଟା ପାୱାର ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଆହୁରି ପଢ଼ନ୍ତୁ

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ରାଜନେତାଙ୍କ ଅପରାଧିକ ମାମଲାର ତଥ୍ୟ ଦିଅ: ହାଇକୋର୍ଟ

You might also like