ଜେଲ୍ ହାଜତକୁ ଗଲେ ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ

ମୁମ୍ବାଇ: ରିପବ୍ଲିକ ଟିଭି ପରିଚାଳନା ନିର୍ଦ୍ଦେଶକ ତଥା ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜେଲ୍ ହାଜତକୁ ନିଆଯାଇଛି । ଆଜି ସକାଳୁ ତାଙ୍କୁ ଆଲିବଗ୍ ଜିଲ୍ଲା ପରିଷଦ ସ୍କୁଲରେ ହୋଇଥିବା କ୍ୱାରେଣ୍ଟିନ ସେଣ୍ଟରରୁ ନଭି ମୁମ୍ବାଇର ତାଲୋଜା ସେଣ୍ଟ୍ରାଲ୍ ଜେଲକୁ ନିଆଯାଇଛି ।

ଗତ ୪ ତାରିଖରେ ଗିରଫ ହୋଇଥିବା ଅର୍ଣ୍ଣବଙ୍କୁ ୧୪ ଦିନିଆ ହେପାଜତକୁ ପଠାଯାଇଥିଲା। ତେବେ ଗିରଫ ପରେ କରୋନା ଦୃଷ୍ଟିରୁ ତାଙ୍କୁ କ୍ୱାରେଣ୍ଟିନ ସେଣ୍ଟରରେ ରଖାଯାଇଥିଲା । ହେଲେ ସୁରକ୍ଷା ଦୃଷ୍ଟିରୁ ଆଜି ତାଙ୍କୁ ସେଠାରୁ ସେଣ୍ଟ୍ରାଲ ଜେଲକୁ ନିଆଯାଇଛି।

୨୦୧୮ରେ ଜଣେ ଇଣ୍ଟେରିଅର ଡିଜାଇନର ଅନ୍ୱୟ ନାଇକଙ୍କ ଆତ୍ମହତ୍ୟା ଘଟଣାରେ ସୁଇସାଇଡ୍ ନୋଟ୍ ଆଧାରରେ ହୋଇଥିବା ଅଭିଯୋଗରେ ଅର୍ଣ୍ଣବଙ୍କୁ ପୋଲିସ ଗିରଫ କରିଥିଲା । ଅନ୍ୱୟଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ଅର୍ଣ୍ଣବଙ୍କ ବିରୋଧରେ ଧାରା ୩୦୬ରେ ମାମଲା ରୁଜୁ କରାଯାଇଥିଲା ।

ଯଦିଓ ଏହି ମାମଲାକୁ ସେତେବେଳେ ସରକାର ବନ୍ଦ କରି ଦେଇଥିଲେ, ଏବେ ପୁଣି ଅନ୍ୱୟଙ୍କ ପତ୍ନୀଙ୍କ ଏତଲା ପରେ ମାମଲାର ପୁନଃ ତଦନ୍ତ ଆରମ୍ଭ କରିଥିଲା ରାଇଗଡ଼ ପୋଲିସ।

You might also like