ବିଭିନ୍ନ ସ୍ତରରେ ଅର୍ଣ୍ଣବଙ୍କ ଗିରଫଦାରୀକୁ ନିନ୍ଦା: ସମସ୍ତେ କହିଲେ-ଏମର୍ଜେନ୍ସି ସମୟ ପରି ଲାଗୁଛି

ନୂଆଦିଲ୍ଲୀ: ମୁମ୍ବାଇ ପୋଲିସର ଦାଦାଗିରି ଜୁଲମ । ନୋଟିସ୍ ନାହିଁ କି ସମନ୍ ନାହିଁ । ତଥାପି ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜୋରଜବରଦସ୍ତି ଉଠାଇ ନେଲା ମହାରାଷ୍ଟ୍ର ପୋଲିସ । ଯେମିତି ଭାବେ ତାଙ୍କୁ ଅର୍ଣ୍ଣବଙ୍କୁ ମହାରାଷ୍ଟ୍ର ପୋଲିସ ଉଠାଇ ନେଲା, ତାକୁ ନେଇ ଉଠିଛି ପ୍ରଶ୍ନ।

ଆଜି ସକାଳେ ମହାରାଷ୍ଟ୍ରର ରାୟଗଡ଼ ପୋଲିସ ଅର୍ଣ୍ଣବଙ୍କ ମୁମ୍ବାଇସ୍ଥିତ ବାସଭବନକୁ ଆସିଥିଲା । କୋର୍ଟ କି ଅନ୍ୟ ଆଇନଗତ କାଗଜପତ୍ର ଦେଖାଇନଥିଲା ପୋଲିସ ଏବଂ ତାଙ୍କୁ ଜବରଦସ୍ତି ଟଣା ଓଟରା କରି ପୋଲିସ ଭ୍ୟାନରେ ନେଇଯାଇଛି । ତାଙ୍କୁ ବର୍ତ୍ତମାନ ଅଲିବାଗ ଥାନାରେ ରଖାଯାଇଥିବା ଜଣାପଡ଼ିଛି ।

 

ଅର୍ଣ୍ଣବ ଅଭିଯୋଗ କରିଛନ୍ତି, ତାଙ୍କୁ ମାଡ଼ ମାରିଥିଲା ପୋଲିସ  ପରିବାର ଲୋକଙ୍କ ସହିତ ମିଶିବାକୁ ଦିଆଯାଇନଥିଲା । ଏପରିକି ଔଷଧ ମଧ୍ୟ ଖାଇବାକୁ ଦେଇନଥିଲା । ଜବରଦସ୍ତି ଉଠାଇ ନେଇଥିଲା।  ପିଟିଆଇ ସୂତ୍ରରୁ ଜଣାପଡ଼ିଛି ଯେ, ଅର୍ଣ୍ଣବଙ୍କୁ ୨୦୧୮ର ଏକ ମାମଲାରେ ଗିରଫ କରିଛି ରାୟଗଡ଼ ପୋଲିସ । ଜଣେ ଇଣ୍ଟେରିୟର ଡିଜାଇନରଙ୍କ ଆତ୍ମହତ୍ୟା ମାମଲାରେ ଗିରଫ କରାଯାଇଥିଲା । ଆତ୍ମହତ୍ୟା ପାଇଁ ଉସୁକାଇଥିବାର ଅଭିଯୋଗ ଅଛି ବୋଲି କହି ତାଙ୍କୁ ଗିରଫ କରାଯାଇଛି।  ତେବେ ଯେଉଁ ଭଳି ଭାବେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରାଯାଇଛି। ତାକୁ ନେଇ ଉଠିିଛି ପ୍ରଶ୍ନ ।

ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।  କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସେ ଟ୍ୱିଟ୍ କରି କହିଛନ୍ତି କଂଗ୍ରେସ ଓ ଏହାର ସହଯୋଗୀ ଗଣତନ୍ତ୍ରଙ୍କୁ ପୁଣି ଲଜ୍ଜିତ କରିଛନ୍ତି। ରିପବ୍ଲିକ ଟିଭି ଓ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ରାଷ୍ଟ୍ର କ୍ଷମତାର ଦୂରୁପଯୋଗ କରାଯାଉଛି। ଏହା ବ୍ୟକ୍ତି ସ୍ୱାଧୀନନତା ଓ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଆକ୍ରମଣ ବୋଲି ଟ୍ୱିଟ କରି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହା ଜରୁରିକାଳୀନ ସ୍ଥିତିକୁ ମନେପକାଇ ଦେଉଛି। ପ୍ରେସ୍ ସ୍ୱାଧୀନତା ଉପରେ ଆକ୍ରମଣକୁ ବିରୋଧ କରାଯିବ ବୋଲି ସେ ଦୃଢ ଭାବେ କହିଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଓ ରବିଶଙ୍କର ପ୍ରସାଦ ମହାରାଷ୍ଟ୍ର ପୋଲିସ ଯେଉଁଭଳି ଭାବେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଛି, ତାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ପ୍ରକାଶ ଜାଭଡ଼େକର ଟ୍ୱିଟ୍ କରି ଲେଖିଛନ୍ତି, ପ୍ରେସ୍‌କୁ ଏମିତି ବ୍ୟବହାର କରାଯାଏ ନାହିଁ । ମହାରାଷ୍ଟ୍ର ପୋଲିସର ଏପରି କାମ ଜରୁରୀକାଳୀନ ପରିସ୍ଥିତିକୁ ମନେ ପକାଇ ଦେଉଛି ଯେତେବେଳେ କି ଗଣମାଧ୍ୟମକୁ ଏପରି ବ୍ୟବହାର କରାଯାଉଥିଲା ।

ସେହିପରି କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ମଧ୍ୟ ଅର୍ଣ୍ଣବଙ୍କ ଗିରଫଦାରିଙ୍କ କଡ଼ା ନିନ୍ଦା କରି କହିଛନ୍ତି। ଏହା ବହୁତ ଉଦ୍‌ବେଗଜନକ କଥା । ୧୯୭୫ର ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣମାଧ୍ୟମର ସ୍ୱାଧୀନତା ପାଇଁ ଆମେ ବହୁତ ଲଢ଼େଇ କରିଥିଲୁ ବୋଲି ଟ୍ୱିଟ୍ କରିଛନ୍ତି ରବି ଶଙ୍କର ପ୍ରସାଦ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଅର୍ଣ୍ଣବଙ୍କ ଗିରଫଦାରିକୁ ନିନ୍ଦା କରିଛନ୍ତି। ଏହା ଅଘୋଷିତ ଜରୁରୀକାଳୀନ ସ୍ଥିତି ସହ ସମାନ ବୋଲି ଟ୍ୱିଟ୍ କରିଛନ୍ତି ବୈଜୟନ୍ତ ।
ଅନ୍ୟପକ୍ଷେ ଅର୍ଣ୍ଣବଙ୍କୁ ମୁମ୍ବାଇ ପୋଲିସ ଉଠାଇନେବା ଘଟଣାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ନିନ୍ଦା କରିଛନ୍ତି। ଏହା ଦ୍ୱାରା ଗଣମାଧ୍ୟମର ସ୍ୱାଧୀନତାରେ ହସ୍ତକ୍ଷେପ କରାଯିବା ସହ ଓ ଗଣତନ୍ତ୍ରର କଣ୍ଠରୋଧ କରାଯାଇଛି। ଏହା ସୋନିଆ, ରାହୁଲ, ପାଓ୍ବାର ଓ ଉଦ୍ଧବଙ୍କ ପ୍ରରୋଚନାରେ ଏହା କରାଯାଇଛି

 

You might also like