‘ଏପ୍ରିଲ ଫୁଲ୍‌’ କରିବାକୁ ଯାଇ କରନ୍ତୁ ନାହିଁ ଏମିତି ଭୁଲ, ନ ହେଲେ…

ନୂଆଦିଲ୍ଲୀ: ଆଜି ଏପ୍ରିଲ ୧। ଆଜିର ଦିନକୁ ଲୋକମାନେ ‘ଏପ୍ରିଲ ଫୁଲ୍‌’ ଭାବେ ପାଳନ କରିଥାନ୍ତି। ଏହି ଦିନରେ ଲୋକେ ସାଙ୍ଗ, ପରିବାର ଲୋକ ଏବଂ ଭାଇ ଭଉଣୀଙ୍କୁ ଜୋକ୍ସ, ପ୍ରାଙ୍କ୍ ଭିଡିଓ ଇତ୍ୟାଦି ପଠାଇ ‘ଏପ୍ରିଲ ଫୁଲ୍‌’ କରିଥାନ୍ତି। ହେଲେ ଚଳିତ ଥର ‘ଏପ୍ରିଲ ଫୁଲ୍‌’ ଜୋକ୍‌ ଚଳିବ ନାହିଁ। କାହିଁକି  ନା କରୋନକୁ ନେଇ ଏବେ ସାରା ବିଶ୍ୱରେ ସ୍ଥିତି ସମ୍ବେଦନଶୀଳ ରହିଛି।

କରୋନକୁ ନେଇ ସୋଶାଲ ମିଡିଆରେ ଯେଭଳି ଗୁଜବ ପ୍ରଚାର ନ ହୁଏ ସେନେଇ କେନ୍ଦ୍ର ଓ ରାଜ୍ୟ ସରକାର ଏହା ଉପରେ କଡା ନଜର ରଖିଛନ୍ତି।

ଆଜି ଆପଣ କାହାକୁ ଯଦି ‘ଏପ୍ରିଲ ଫୁଲ୍‌’ କରୁଛନ୍ତି ତା’ହେଲେ ଟିକେ ସତର୍କ ରୁହନ୍ତୁ, ନ ହେଲେ ଏହି ‘ଏପ୍ରିଲ ଫୁଲ୍‌’ ଆପଣଙ୍କ ପାଇଁ ମହଙ୍ଗା ପଡିପାରେ। ଘଟଣା ହେଲା, ଯଦି କେହି କରୋନା ସମ୍ପର୍କିତ କିଛି ଗୁଜବ,  ମିଥ୍ୟା ପ୍ରଚାର ଓ ଲୋକଙ୍କୁ ଭୟଭୀତ କଲା ଭଳି ମେସେଜ ପଠାଇବେ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏନେଇ ମହାରାଷ୍ଟ୍ର ସରକାର, ଦିଲ୍ଲୀ ପୁଲିସ ପକ୍ଷରୁ ଲୋକଙ୍କୁ ତାଗିଦ କରାଯାଇଛି।

ଯଦି କରୋନାକୁ କେହି ଗୁଜବ ପ୍ରଚାର କରନ୍ତି ତେବେ ସେମାନଙ୍କ ବିରୋଧରେ ସାଇବର କ୍ରାଇମ Act ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମହାରାଷ୍ଟ୍ର ସରକାର ଚେତାବନୀ ଦେଇଛନ୍ତି।

ସେହିପରି ଦକ୍ଷିଣ ଦିଲ୍ଲୀ ପୁଲିସ ଡିସିପି ଟ୍ୱିଟ କରି କହିଛନ୍ତି, ‘ଏପ୍ରିଲ ଫୁଲ୍‌’ ଦିନରେ ଯେଉଁମାନେ  ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରିବେ ସେମାଙ୍କର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

You might also like