କରୋନା ଅପଡେଟ୍: ୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
କୋଲକାତା: କରୋନା ଭାଇରସ ଆକ୍ରାନ୍ତରେ ଭାରତରେ ପୁଣି ଆଉ ଜଣଙ୍କ ମୃତ୍ୟୁ ଘଟିଛି। କୋଲକାତାରେ ଏହି ୫୭ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଫଳରେ ମୃତକଙ୍କ ସଂଖ୍ୟା ୮ରେ ପହଁଚିଛି।
କୋଲକାତାରେ କରୋନା ଆକ୍ରାନ୍ତରେ ମୃତ୍ୟୁ ଘଟିବା ଏହା ହେଉଛି ପ୍ରଥମ ଘଟଣା।
କରୋନା ମୁକାବିଲା ଲାଗି ଭାରତ ସରକାର ପ୍ରଥମେ ଟ୍ରେନ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ରୋକ ଲଗାଇଥିଲେ। ଏବେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର। ଆସନ୍ତାକାଲି ଠାରୁ ଦେଶ ମଧ୍ୟରେ ଉଡୁଥିବା ସମସ୍ତ ଘରୋଇ ବିମାନ ଉଡ଼ାଣକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି।