ହରିୟାଣାରୁ ଆସି ଓଡ଼ିଶାରୁ ଲୁଟିଲେ, ଛତିଶଗଡ଼ରୁ ଧରାପଡ଼ିଲେ

ଅନୁଗୋଳ: ଅନୁଗୋଳ ଏସବିଆଇ ଏଟିଏମରୁ ଲୁଟ୍ ସହ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମରୁ ଟଙ୍କା ଲୁଟ ଘଟଣାରେ ୭ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଲୁଟେରାମାନଙ୍କୁ ଛତିଶଗଡ଼ର ବଲଦା ବଜାର ଜ଼ିଲ୍ଲା ଅଞ୍ଚଳରୁ ଧରିବାରେ ସକ୍ଷମ ହୋଇଛି ଅନୁଗୋଳ ପୋଲିସ ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଅଭିଯୁକ୍ତମାନେ ହରିୟାଣାରୁ ଆସି ଓଡ଼ିଶାର ଏଟିଏମରୁ ଲୁଟି ନେଇଛନ୍ତି ୨୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା । ଅଭଯୁକ୍ତମାନେ ଟ୍ରକରେ ଓଡିଶା ଅସିଥିବା ନେଇ ପୋଲିସ ସୂଚନା ଦେଇଛି। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯାଇ ପଚରାଉଚରା କରାଯିବ ।  ଏସ୍‌ପି ଲୁଟେରାଙ୍କଠାରୁ ୨ଟି ଟ୍ରକ, ଗୋଟିଏ କାର, ଗ୍ୟାସ କଟର, ଅନ୍ୟାନ୍ୟ ଜିନିଷ ସହ ୧୮ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି ।

ସୂଚନାଥାଉ କି, ପୋଲିସ ଗତ ୮ତାରିଖ ଅନୁଗୋଳ SBI ଏଟିଏମ୍‌ରୁ ୨୭ ଲକ୍ଷ ୯୦ ହଜାର ଟଙ୍କା ଲୁଟି ନେଇଥିଲେ। ସେହିଦିନ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ୍‌ରୁ ମଧ୍ୟ ଲୁଟ ଉଦ୍ୟମ କରାଯାଇଥିଲା। ଏହି ମାମଲାରେ ଅନୁଗୋଳ SP ଜଗମୋହନ ମୀନାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ଅପରେସନ ଅନୁଗୋଳ। SDPOଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଆରମ୍ଭ ହୋଇଥିଲା ତଦନ୍ତ।

ANUGUL_ATM_LOOTERA_AVO_SK

JAGMOHAN_MINA_BYTE_SAKK

 

You might also like