ଭାଙ୍ଗି ଯାଇଛି ଘର, ଗୁହାଳ ଓ ବାରଣ୍ଡାରେ ଚାଲିଛି ପାଠପଢ଼ା

ଏମିତି ଚାଲିଛି ଅଙ୍ଗନଓ୍ୱାଡି କେନ୍ଦ୍ର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଡଙ୍ଗାର ଗାଁରେ ଅଛି ନା ଅଙ୍ଗନଓ୍ୱାଡି ନା ଅଛି ସ୍କୁଲ ଘର। ଗୁହାଳ ଘର ପାଲଟିଛି ପିଲାଙ୍କ ଶିକ୍ଷାକେନ୍ଦ୍ର। କେବଳ ପାଠ ପଢା ନୁହେଁ ପିଲାଙ୍କୁ ଅସ୍ୱାସ୍ଥ୍ୟକର ପରିବେଶରେ ଖାଇବା ବି ଦିଆଯାଉଛି। ଲୋକଙ୍କ ଅଭିଯୋଗ ଯେ ଗତ ୧୨ ବର୍ଷ ହେଲା ଅବସ୍ଥା ସୁଧୁରିପାରୁନି। ଏନେଇ ନୂଆପଡ଼ା ଡିଏସଡ଼ବ୍ଲୁଙ୍କ କହିବା କଥା, ଖୁବ୍ ଶୀଘ୍ର ଅଙ୍ଗନଓ୍ୱାଡି କେନ୍ଦ୍ରର ବ୍ୟବସ୍ଥା କରାଯିବ।

ଅନ୍ୟପକ୍ଷେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ନୂଆକୋଶଳା ଗାଁର ଅଙ୍ଗନଓ୍ୱାଡି କେନ୍ଦ୍ରର ଦୁରାବସ୍ଥା ନକହିଲେ ସରେ। ଛାତରୁ କଂକ୍ରିଟ୍ ଖସିବା ସହ ରଡ଼୍ ବି ଦେଖାଯାଉଛି। ଫଳରେ ଅଙ୍ଗନଓ୍ୱାଡି କର୍ମୀ ନିଜ ଘର ବାରଣ୍ଡାରେ ପିଲାଙ୍କୁ ପାଠ ପଢାଉଛନ୍ତି। ଦୀର୍ଘ ୧୧ ବର୍ଷ ଧରି ବାରଣ୍ଡାରେ ପାଠ ପଢ଼ା ଚାଲିଛି। ସେପଟେ ନୂଆ ଘର ନିର୍ମାଣ ହେଉନଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ତେବେ ଖୁବ୍ ଶୀଘ୍ର ନୂଆ ଅଙ୍ଗନଓ୍ୱାଡି ଘର ପାଇଁ ପଦକ୍ଷେପ ନିଆଯିବ ବୋଲି ବାରକୋଟ ବିଡିଓ କହିଛନ୍ତି।

You might also like