ଅଙ୍ଗନୱାଡି କର୍ମୀଙ୍କ ଘରେ ଏତେ ସମ୍ପତ୍ତି !
ବ୍ରହ୍ମପୁର: ଅଙ୍ଗନୱାଡି କର୍ମୀଙ୍କ ଘରେ ପୁଣି ଏତେ ସମ୍ପତ୍ତି ? କେଉଁଠୁ ଆସିଲା ? ଖାଲି ସେତିକି ନୁହେଁ, ଭିଜିଲାନ୍ସ ପାଖରେ ମଧ୍ୟ ପହଞ୍ଚିଗଲା କଥା। ଏବେ ଭିଜିଲାନ୍ସ ଜାଲରେ ପଡିଛନ୍ତି ସଂପୃକ୍ତ ଅଙ୍ଗନୱାଡି କର୍ମୀ।
ବ୍ରହ୍ମପୁରର ୯ ନମ୍ବର ୱାର୍ଡର ଅଙ୍ଗନବାଡ଼ି କର୍ମୀ ଭାବେ କାମ କରୁଥିବା ନମିତା ଦଳେଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ପାଇ ଭିଜିଲାନ୍ସ ତାଙ୍କ ଘର ଉପରେ ଚଢଉ କରିଛି। ଭିଜିଲାନ୍ସ ଟିମ୍ ଘରେ ପହଞ୍ଚି ଯାଞ୍ଚ କରୁଛି। ଅଙ୍ଗନୱାଡି କର୍ମୀଙ୍କ ଘର ସମେତ ବ୍ରହ୍ମପୁରରୁ ୫ଟି ଅଞ୍ଚଳ ଓ ଭୁବନେଶ୍ୱରର ୨ଟି ଅଞ୍ଚଳରେ ଏକକାଳୀନ ରେଡ୍ ହୋଇଛି।
ଅଧିକାରୀଙ୍କ କହିବା ଅନୁଯାୟୀ, ବ୍ରହ୍ମପୁରରେ ରହିଛି ଗୋଟିଏ ଦୁଇ ମହଲା ଘର, ଗୋଟିଏ ତିନି ମହଲା ଘରରେ ଚଢାଉ ହୋଇଛି । ଘରେ ତାଙ୍କର ଏକ ଛତୁଆ ତିଆରି ଫ୍ୟାକ୍ଟ୍ରି ରହିଛି। ଭୁବନେଶ୍ୱରରେ ତାଙ୍କର ଦୁଇଟ ଫ୍ଲାଟ ରହିଛି।
ହେଲେ ଘରୁ କିଛି ବାହାରି ନ ଥିବା କହିଛନ୍ତି ଅଙ୍ଗନୱାଡି କର୍ମୀ ନମିତା ଦଳାଇ। ଘର ଭଡା ଆସୁଛି ୫୦ ହଜାର ଟଙ୍କା। କାର ଭଡାରୁ ଆସୁଛି ୧୭ ହଜାର ଟଙ୍କା। ଆମର କିଛି କଳା ବ୍ୟବସାୟ ନାହିଁ ବୋଲି ସେ କହିଛନ୍ତି।