ଅାନ୍ଧ୍ରରେ ୨ ଟଙ୍କା କମିବ ପେଟ୍ରୋଲ ଏବଂ ଡିଜେଲ୍ ଦର

ହାଇଦ୍ରାବାଦ: ରାଜସ୍ଥାନ ପରେ ଅାନ୍ଧ୍ରପ୍ରଦେଶରେ କମିବ ପେଟ୍ରୋଲ ଦର। ଗତକାଲି ରାଜସ୍ଥାନ ସରକାର ପେଟ୍ରୋଲ ଏବଂ ଡିଜେଲ୍ ଉପରୁ ଭାଟ୍ ହ୍ରାସ କରିବା ପରେ ଏବେ ଅାନ୍ଧ୍ର ପ୍ରଦେଶରେ ବି ତେଲ ଦର କମିବ। ଅାସନ୍ତାକାଲିଠୁ ଅାନ୍ଧ୍ରରେ ପେଟ୍ରୋଲ ଏବଂ ଡିଜେଲ୍ ଦର ଦୁଇ ଟଙ୍କା ହ୍ରାସ ପାଇବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ।

ଭାଟ୍ ରାଶିକୁ କମାଇବା ପରେ କାଲିଠୁ ଅାନ୍ଧ୍ରରେ ଦୁଇ ଟଙ୍କା ଶସ୍ତାରେ ମିଳିବ ତେଲ। ଗତକାଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଭାଟ୍ ରାଶିକୁ କମାଇଥିଲେ। ଫଳରେ ରାଜସ୍ଥାନରେ ଦୁଇ ଟଙ୍କା ୫୦ ପଇସା କମ୍‌ରେ ତେଲ ମିଳୁଛି।

ତେବେ ଏହି ଦୁଇ ରାଜ୍ୟଙ୍କ ପଦକ୍ଷେପ ପରେ ଅନ୍ୟ କେଉଁ ରାଜ୍ୟ କଣ ପଦକ୍ଷେପ ନେଉଛନ୍ତି ତା’ ଉପରେ ରହିବ ନଜର।

You might also like