ଜଙ୍ଗଲରେ ଘୂରି ବୁଲୁଛନ୍ତି ପ୍ରାଚୀନ ଯୁଗର ମଣିଷ!

ଲଇକେରା: ପ୍ରାଚୀନ କାଳର ମଣିଷକୁ ଆପଣମାନେ କେବଳ ଫିଲ୍ମରେ ଦେଖୁଥିବେ। ହେଲେ ସେହି ମଣିଷ ଏବେ ବି ଜୀବିତ। ହୁଏତ ଏହା ଆପଣଙ୍କୁ ଚକିତ କରୁଥିଲେ ବି କଥାଟା ସତ। ଯିଏ କେବଳ ଫଳମୂଳ ଖାଇ ଉଲ୍ଲଗ୍ନ ବେଶରେ ଜଙ୍ଗଲରେ ଘୁରି ବୁଲୁଛନ୍ତି। ସେହି ମଣିଷ ଯେତିକି ସମାଜ ଆଖିରେ ଯେତିକି ଅପରିଚିତ ସେତିକି ଅଦ୍ଭୁତ। କହିବାକୁ ଗଲେ ଏକବିଂଶ ଶତାବ୍ଦୀର ଟାର୍ଜନ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲାର ଗୋପାଳ ନାଏକ।

ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଖୁନ୍ତାମାଲ ପଞ୍ଚାୟତ ସୁଡୁଙ୍ଗ ଗାଁର ଉଦୟ ନାଏକ। ପତ୍ନୀ ଓ ୬ ପୁଅଝିଅଙ୍କୁ ନେଇ ପରିବାର। ଉଦୟଙ୍କ ତୃତୀୟ ପୁଅ ହେଉଛନ୍ତି ଗୋପାଳ। ପିଲାବେଳୁ ସେ ଡ୍ରେସ୍‌ ପିନ୍ଧୁନଥିଲେ।

ଗୋପାଳଙ୍କୁ ତାଙ୍କ ମାଆ ଡ୍ରେସ୍‌ ପିନ୍ଧାଇଦେଲେ ସେ ଚିରି ଦେଉଥିଲେ। ତେବେ ଧୀରେ ଧୀରେ ଗୋପାଳଙ୍କ ବୟସ ବଢିବାରୁ ଲୁଗା ପିନ୍ଧିବା ଛାଡ଼ିଦେଲେ। ଏପରିକି ପରିବାର ଲୋକଙ୍କଠାରୁ ଦୂରେଇଗଲେ।

ସେ ଉଲ୍ଲଗ୍ନ ରହି ଘର ପାଖ ଦେଇ ବୋହି ଯାଇଥିବା ନାଳ ଓ ଝାଡ଼ି ଜଙ୍ଗଲରେ ଅଧିକ ସମୟ ଅତିବାହିତ କଲେ। ସେଠାରେ ସେ ଏକ କୁଡ଼ିଆ ନିର୍ମାଣ କରି ପୂରା ଦିନ ରହୁଥିଲେ। ଜଙ୍ଗଲଜାତ ଦ୍ରବ୍ୟ ଖାଇ ବଞ୍ଚୁଥିଲେ।

କିନ୍ତୁ ସଞ୍ଜ ନଇଁଗଲେ ସେ ଘରକୁ ଫେରୁଥିଲେ। ଘରର ଯାବତିଅ କାମ କରୁଥିଲେ। ଏହା ଭିତରେ ଗୋପାଳ ୫୦ ବର୍ଷରେ ପଦାର୍ପଣ କଲେଣି। ବିନା ବସ୍ତ୍ରରେ ଘଞ୍ଚ ଜଙ୍ଗଲରେ ଘୂରି ବୁଲୁଛନ୍ତି ଗୋପାଳ।

ଗୋପାଳଙ୍କ ଏପରି ଆଚରଣ ଦେଖି ବାପା ଉଦୟ ନାଏକ ଓ ମାଆ ଉକିଆ ଭାଙ୍ଗି ପଡ଼ିଛନ୍ତି। ତାଙ୍କର ମୃତ୍ୟୁ ପରେ ଗୋପାଳ କଣ କରିବ ସେହି ଚିନ୍ତିତରେ ସେମାନେ ଅଛନ୍ତି।

You might also like