ଭଡ଼ା ଘରୁ ମିଳିଲା ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ

ଭୁବନେଶ୍ୱର: ଭୁବନେଶ୍ୱର CET(College of Engineering and Technology) ଇଞ୍ଜିନିୟରିଂ କଲେଜର ଜଣେ ପ୍ରଫେସରଙ୍କ ମୃତଦେହ ଭଡ଼ା ଘରୁ ମିଳିଛି।

ମୃତକ ହେଲେ କୋରାପୁଟ ଜିଲ୍ଲା ସୁନାବେଡ଼ାର ଭାଗବତ ପ୍ରସାଦ ରଥ। ସେ ଘାଟିକିଆରେ ଭଡ଼ା ଘରେ ରହୁଥିଲେ।

ଗତକାଲି ସନ୍ଧ୍ୟାରେ ଭାଗବତ ରହୁଥିବା ଘର ଭିତରୁ ଦୁର୍ଗନ୍ଧ ବାହାରିଥିଲା। ଏହା ଜଣାପଡ଼ିବା ପରେ ପଡ଼ୋଶୀ ପୋଲିସ୍‌କୁ ଏସମ୍ପର୍କରେ ଖବର ଦେଇଥିଲେ। ଗତ ୪ ଦିନ ହେବ ଘର ଭିତରେ ମୃତଦେହ ବନ୍ଦ ରହିବା ଯୋଗୁ ଦୁର୍ଗନ୍ଧ ବାହାରିଥିଲା ବୋଲି ଜଣାପଡ଼ିଛି।

ସୂଚନାଥାଉ କି, ୪ ଦିନ ହେବ ଭାଗବତ କୌଣସି ଫୋନ୍‌ ଉଠାଉନଥିଲେ କି ଅନ୍‌ଲାଇନ୍‌ କ୍ଲାସ୍‌ରେ ଯୋଗ ଦେଉନଥିଲେ। ତେବେ ଗତକାଲି ସନ୍ଧ୍ୟାରେ ଘର ଭିତରୁ ତାଙ୍କ ମୃତଦେହ ମିଳିଛି। ଭାଗବତଙ୍କ ପତ୍ନୀ ଗତ ୭-୮ ତଳେ ଘର ଛାଡ଼ି ନିଜ ଘରକୁ ପଳାଇ ଯାଇଥିବା ଜଣାପଡ଼ିଛି।

କେମିତି ଭାଗବତଙ୍କ ମୃତ୍ୟୁ ହେଲା ସେନେଇ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ

କମୁନି କରୋନା ପ୍ରଭାବ; ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୦, ଆଖି ବୁଜିଲେ ୧୬

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପାଇଁ ପ୍ରସ୍ତାବ

‘ମୋ ବାପାଙ୍କୁ ଅଫିସରେ ଡିଏମ୍‌ ବହୁତ ମାନସିକ ନିର୍ଯାତନା ଦେଉଥିଲେ’

ନଦୀ ଘାଟରେ ଡଙ୍ଗା ଭସାଇବା ମନା

୬ ବର୍ଷ ବିତିଯାଇଥିଲେ ବି ବ୍ୟାରେଜ କାମ ଆଗୋଉନଥିବା ଅଭିଯୋଗ

୭ ଜଣଙ୍କ ଉପରେ ଚଢାଇଦେଇ ଚାଲିଗଲା ଡମ୍ପର

ବିଧାନସଭାରେ ଉଠିଲା ନୟାଗଡ଼ର ପରୀ ହତ୍ୟା ପ୍ରସଙ୍ଗ

ବିଧାନସଭାରେ ପୁରୀ ପୂର୍ବତନ ଏସ୍‌ପିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲା କଂଗ୍ରେସ୍‌

ପରୀ ହତ୍ୟା ମାମଲା; ମନ୍ତ୍ରୀ ଅରୁଣ ସାହୁଙ୍କୁ ନେଇ ଉଠିଲା ପ୍ରଶ୍ନ

IIFL ଲୁଟ୍ ଘଟଣାର ପର୍ଦ୍ଦାଫାସ୍,‌ ମାଷ୍ଟରମାଇଣ୍ଡ ଆଉ କେହି ନୁହେଁ କମ୍ପାନୀର..

୨ ଦିନ ପରେ ନାଗାର୍ଜୁନ ବେଶ

‘ଝିଅକୁ ମାରିବାରେ ଅରୁଣ ସାହୁଙ୍କ ହାତ ଅଛି’

You might also like