ଭାରତରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୬% ପୁରୁଷ, ୨୪% ମହିଳା

ନୂଆଦିଲ୍ଲୀ: ଅଧିକ ସଂଖ୍ୟକ ପୁରୁଷ ପ୍ରାଣଘାତୀ କରୋନାର ଶିକାର ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୬% ଆକ୍ରାନ୍ତ ହେଉଛନ୍ତି ପୁରୁଷ ଓ ୨୪% ମହିଳା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ୪୭% ଆକ୍ରାନ୍ତ ହେଉଛନ୍ତି ୪୦ ବର୍ଷରୁ କମ୍‌ ବୟସର। ୩୪% କରୋନା ଆକ୍ରାନ୍ତ ହେଉଛନ୍ତି ୪୦ରୁ ୬୦ ବର୍ଷ ବୟସ ବର୍ଗର। ସେହିପରି ୧୯% କରୋନା ଆକ୍ରାନ୍ତ ହେଉଛନ୍ତି ୬୦ ବର୍ଷ ବା ୬୦ ବର୍ଷରୁ ଅଧିକ ବୟସ ବର୍ଗର।

ସେହିପରି ମୃତକଙ୍କ ମଧ୍ୟରୁ ୭୩% ପୁରୁଷ ଓ ୨୭% ମହିଳା ରହିଛନ୍ତି।

୬୦ ବର୍ଷ ବା ଏହାଠାରୁ ଅଧିକ ବୟସ ବର୍ଗରେ ମୃତ୍ୟୁ ହାର ୬୩% ରହିଛି । ୪୦ରୁ ୬୦ ବୟସ ବର୍ଗରେ ମୃତ୍ୟୁ ହାର ୩୦% ରହିଛି। ସେହିଭଳି ୪୦ ବର୍ଷରୁ କମ୍‌ ବୟସ ବର୍ଗରେ ମୃତ୍ୟୁ ହାର ୭% ରହିଛି ।

 

ମୃତକଙ୍କ ମଧ୍ୟରୁ 86% ପୂର୍ବରୁ ଡାଇବେଟିସ, ହୃଦରୋଗ କିମ୍ବା କିଡ଼ନୀ ଜନିତ ରୋଗରେ ପୀଡିତ ଥିବା ଲବ ଅଗ୍ରୱାଲ କହିଛନ୍ତି।

ସେ ଆହୁରି କହିଛନ୍ତି, ଯଦିଓ ବୟସ୍କ ବ୍ୟକ୍ତିଙ୍କ ପାଇଁ କରୋନା ବିପଦ, କିନ୍ତୁ ଅନ୍ୟାନ୍ୟ ଶାରିରୀକ ସମସ୍ୟା ଥିବା ଯୁବକମାନଙ୍କୁ ମଧ୍ୟ କରୋନା ପ୍ରତି ସତର୍କ ରହିବାକୁ ପଡ଼ିବ।

You might also like