ପୁରୀରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ

ଭୁବନେଶ୍ୱର: ପୁରୀରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ। କିଛି ସମୟ ତଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ପୁରୀ ଯାଇଥିଲେ ଶାହ। ଅଠରନଳାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।

ପୁରୀ ଶରଧାବାଲିରେ ଅାଜିଠାରୁ ଅାରମ୍ଭ ହେଉଥିବା ଦୁଇ ଦିନିଅା ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସେ ଯୋଗ ଦେବେ। ଓଡ଼ିଶାରେ ମିଶନ୍ ୧୨୦ର ସଫଳତା ପାଇଁ ମହିଳା ଭୋଟ୍ ବ୍ୟାଙ୍କକୁ ମଜଭୁତ୍ କରିବାକୁ ଶାହ ଟିପ୍ସ ଦେବେ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଶନିବାର ଓଡିଶା ଗସ୍ତ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ତେଣୁ ଶାହ ବି ଅାଜି ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିପାରନ୍ତି।  ଏହା ସହିତ ସେ ଅାଗରୁ ବିଜେପି କର୍ମକର୍ତ୍ତାଙ୍କୁ ଦେଇଥିବା ଟାସ୍କ୍‌ର ସମୀକ୍ଷା ମଧ୍ୟ କରିପାରନ୍ତି।

You might also like