ଆମେରିକା ନିର୍ବାଚନ: ୧୦୦ ବର୍ଷ ଭିତରେ ସବୁଠାରୁ ଅଧିକ ମତଦାନ

ୱାଶଂଟନ:ଗତକାଲି ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମତାଦାନ ସରିବା ପରେ ଆଜି ଆରମ୍ଭ ହୋଇଛି ଭୋଟ ଗଣତି।  ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋଲାନ୍ସ ଟ୍ରମ୍ପ ଏବଂ ଡେମୋକ୍ରୋଟିକ୍ ପ୍ରାର୍ଥୀ ଜୋ ବାଇଡେନ୍ ମଧ୍ୟରେ କଡା ମୁକାବିଲା ହେଉଛି। ଭୋଟ ଗଣତିରେ ଆମେରିକା ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ୧୬ଟି ରାଜ୍ୟରେ ବିଜୟୀ ହୋଇଥିବାବେଳେ ଜୋ ବାଇଡେନ୍ ୧୩ଟି ରାଜ୍ୟରେ ବିଜୟୀ ହୋଇଛନ୍ତି।

ଯାହା ଜଣାପଡ଼ିଛି, ଏଥର ନିର୍ବାଚନରେ ୧୬୦ ମିଲିୟନରୁ ଅଧିକ ଲୋକ ଭୋଟ ଦେଇଛନ୍ତି। ମତଦାନ ପ୍ରତିଶତ ୬୭ ପ୍ରତିଶତ ରହିଛି ଯାହା ୧୦୦ ବର୍ଷ ଭିତରେ ସବୁଠାରୁ ଅଧିକ ବୋଲି ଜଣାପଡ଼ିଛି। ନିର୍ବାଚନ ପୂର୍ବରୁ ଟ୍ରମ୍ପ ଏବଂ ବାଇଡେନ ସମସ୍ତଙ୍କୁ ମତଦାନ କରିବା ପାଇଁ ପ୍ରୋତ୍ସାହିତ କରି ଆସୁଥିଲେ। ତାଙ୍କ କଥାରେ ପ୍ରଭାବିତ ହୋଇ ଏତେ ସଂଖ୍ୟକ ଭୋଟର ମତଦାନ କରିଛନ୍ତି।

ସୂଚନାଥାଉ କି, ଆମେରିକାରେ ପାଖାପାଖି ୪୦ ଲକ୍ଷ ଭାରତୀୟ ମୂଳ ଲୋକ ରୁହନ୍ତି ଏବଂ ଏମାନଙ୍କ ମଧ୍ୟରୁ ୨୫ ଲକ୍ଷ ଭୋଟର ଅଛନ୍ତି। ୧୩ ଲକ୍ଷରୁ ଅଧିକ ଭାରତୀୟ-ଆମେରିକୀୟ ଟେକ୍ସାସ, ମିଶିଗନ୍‌, ଫ୍ଲୋରିଡା ଏବଂ ପେନ୍‌ସିଲଭାନିଆରେ ପରି ଅଞ୍ଚଳରେ ରୁହନ୍ତି। ମଙ୍ଗଳବାର ପ୍ରଚାର ଶେଷ କରି ଫେରିବା ପରେ ଟ୍ରମ୍ପ ଆମେରିକା ଜନତାଙ୍କୁ ଭୋଟ ଦେବା ପାଇଁ ଆବେଦନ କରିଥିଲେ। ନିର୍ବାଚନୀ ରାଲିରେ ତାଙ୍କର ଏକ ନୃତ୍ୟ କରୁଥିବା ଛୋଟ ଭିଡିଓ ଟ୍ୱିଟ କରି  ମତଦାନ କର, ମତଦାନ କର, ମତଦାନ କର.. ବୋଲି ଲେଖି ଶେୟାର କରିଥିଲେ।

ସେହିପରି ଜୋ ବାଇଡେନ୍‌ ଜନତାଙ୍କୁ ମତଦନା ପାଇଁ ନିବେଦନ କରି କହିଥିଲେ, ‘ ଏହା ମତଦାନର ଦିନ, ଯାଅ, ଭୋଟ ଦିଅ ଆମେରିକା।’

ସେ ଟ୍ୱିଟ କରି ଲେଖିଥିଲେ, ୨୦୦୮ ଏବଂ ୨୦୧୨ଆପଣମାନେ ଏହି ଦେଶର ନେତୃତ୍ୱ ନେବା ପାଇଁ ବାରାକ୍‌ ଓବାମାଙ୍କୁ ସମର୍ଥନ କରି ମୋ ଉପରେ ଭରସା ରଖିଥିଲେ। ଆଜି ପୁଣି ଥରେ ବିଶ୍ୱାସ ଜିତିବା ପାଇଁ କହୁଛି। ମୋ ଉପରେ ଏବଂ କମଲାଙ୍କ ଉପରେ ଭରସା ରଖନ୍ତୁ। ଆମେ ପ୍ରତିଶ୍ରୁତି ଦେଉଛୁ, ଆପଣମାନଙ୍କୁ ନିରାଶ କରିବୁ ନାହିଁ।‘

ସେହିପରି ଉପରାଷ୍ଟ୍ରପତି ପାଇଁ ଡେମୋକ୍ରାଟିକ ପ୍ରାର୍ଥୀ କମଲା ହାରିସ୍‌ ଭୋଟରଙ୍କୁ କହିଛନ୍ତି, ଯଦି ଆପଣ ମତଦାନ କରିଛନ୍ତି ତେବେ ଧନ୍ୟବାଦ। କିନ୍ତୁ ଆମକୁ ଏବେ ବି ଆପାଣମାନଙ୍କ ସହଯୋଗ ଲୋଡା। ୨୦ ମିନିଟ ସମୟ ବାହାର କରନ୍ତୁ ଏବଂ ମତଦାତାଙ୍କୁ ମତଦାନ କେନ୍ଦ୍ର ଖୋଜିବାରେ ସାହାଯ୍ୟ କରନ୍ତୁ।

 

You might also like