କରୋନା ମୁକାବିଲା: ଭାରତକୁ ସହଯୋଗର ହାତ ବଢ଼ାଇଲା ଆମେରିକା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ଉପୁଜିଥିବା ଏହି ସଙ୍କଟ ସମୟରେ ଆମେରିକା ଭାରତକୁ ସହଯୋଗର ହାତ ବଢ଼ାଇଛି।

କରୋନା ମୁକାବିଲା ଲାଗି ସ୍ୱାସ୍ଥ୍ୟ କ୍ଷେତ୍ରରେ ସହାୟତା ସ୍ୱରୂପ ଆମେରିକା ଭାରତକୁ ପାଖାପାଖି $୫.୯ ମିଲିୟନ ପ୍ରଦାନ କରିଛି। ଏନେଇ US State Department ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଥାଉ କି, ଏହାପୂର୍ବରୁ ମହାମାରୀ କରୋନାର ମୁକାବିଲା ପାଇଁ ଆମେରିକା ମାଗିଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (HCQ) ପ୍ରଦାନ ନେଇ ଭାରତ ଆମେରିକାକୁ ଅନୁମତି ଦେଇଥିଲା। ଏହାକୁ ନେଇ ଭାରତକୁ ଧନ୍ୟବାଦ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଥସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା ମଧ୍ୟ କରିଥିଲେ ଟ୍ରମ୍ପ।

ଟ୍ରମ୍ପ ଟ୍ୱିଟ କରି କହିଥିଲେ, ‘HCQକୁ ନେଇ ଭାରତ ଓ ଭାରତୀୟଙ୍କ ନିଷ୍ପତ୍ତି ଓ ସାହାଯ୍ୟକୁ ଭୁଲି ହେବନି।ଏହି ଲଢେଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱ କେବଳ ଭାରତକୁ ସହଯୋଗ କରିବ ନାହିଁ ବରଂ ଏହା ମାନବିକତାର ପରିଚୟ ଦେଇଛି।’

କରୋନାରେ ଆକ୍ରାନ୍ତ ହୋଇ ଆମେରିକାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୩୭ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୧୦ ହଜାର ପାର କରିଛି।

You might also like