ଜୁନ୍‌ ୨୮ ରୁ ଆରମ୍ଭ ହେଉଛି ଅମରନାଥ ଯାତ୍ରା, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ୍‌…

ସାମ୍ନାକୁ ଆସିଲା ବାବାଙ୍କ ବରଫ ଫଟୋ

ନୂଆଦିଲ୍ଲୀ: ଭାରତରେ ୩୩ କୋଟି ଦେବତାଙ୍କୁ ଆରାଧନା କରାଯାଏ, ଏକଥା ଆମେ ସମସ୍ତେ ଜାଣିଛନ୍ତି। ଏହାରି ମଧ୍ୟରେ ଦେଶରେ ୪ ଧାମ ଓ ୧୨ ଜ୍ୟୋର୍ତିଲିଙ୍ଗ ଦର୍ଶନ କରିବାକୁ ପ୍ରତିବର୍ଷ ଲକ୍ଷାଧିକ ତୀର୍ଥ ଯାତ୍ରା କରିବାକୁ ଯାଉଥିବା ଦେଖାଯାଏ। ଆଉ ଅମରନାଥ ଯିବାର ମଜା କିଛି ନିଆରା। ସୂଚନା ଅନୁସାରେ, ଜୁନ୍‌ ୨୮ ରୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବାବା ଅମରନାଥଙ୍କ ବରଫ ଘୋଡ଼ା ଫଟୋ ବର୍ତ୍ତମାନ ସମୟରେ ଦେଖିବାକୁ ମିଳିଛି। କେମିତି ଗୁମ୍ଫା ମଧ୍ୟରେ ବାବାଙ୍କ ଲିଙ୍ଗ ବରଫରେ ଆବୃତ୍ତ ହୋଇ ରହିଛି ତାହା ଦେଖିବାକୁ ମିଳିଛି।

ଚଳିତ ବର୍ଷ ଲିଙ୍ଗର ଆକାର ବହୁତ ବଡ଼ ଥିବା ଦେଖାଯାଉଛି। ବରଫ ଅତ୍ୟଧିକ ଥିବାରୁ ଲିଙ୍ଗର ଆକାର ଅନ୍ୟ ବର୍ଷ ତୁଳନାରେ ବଡ଼ ଦେଖାଯାଉଛି। କୁହାଯାଏ, ବିଶ୍ୱାସର ପ୍ରତୀକ ବାବା ଅମରନାଥ। ତେଣୁ ପ୍ରତି ବର୍ଷ ଏଠାକୁ ଶତାଧିକ ଲୋକ ଦର୍ଶନ କରିବାକୁ ଆସନ୍ତି। ୫୬ ଦିନ ପାଇଁ ହେବାକୁ ଥିବା ଏହି ଯାତ୍ରା ଜୁନ୍‌ ୨୮ରୁ ଆରମ୍ଭ ହେବାକୁ ଯାଉଛି। ଏହାସହ ଅଗଷ୍ଟ ୨୨ରେ ଯାତ୍ରା ସରିବ ବୋଲି ସୂଚନା ମିଳିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯାତ୍ରା ଲାଗି ରେଜିଷ୍ଟ୍ରେସନ ଆରମ୍ଭ ହୋଇ ଗଲାଣି। ଯଦି ଆପଣ ଯାତ୍ରା କରିବାକୁ ଇଚ୍ଛା ରଖିଛନ୍ତି ତେବେ ଆପଣ ବି ରେଜିଷ୍ଟ୍ରେସନ କରାଇ ଦିଅନ୍ତୁ।

ଦେଶର ପାଖାପାଖି ୪୪୬ ଟି ବ୍ୟାଙ୍କ ଶାଖାରେ ଏହାରି ରେଜିଷ୍ଟ୍ରେସନ କରାଯାଉଛି। ସୂଚନା ଅନୁସାରେ, ପଞ୍ଜାନ ନ୍ୟାସନାଲ ବ୍ୟାଙ୍କ, ଜାମ୍ମୁ-କାଶ୍ମୀର ବ୍ୟାଙ୍କଙ୍କ ସମେତ ୟେସ୍‌ ବ୍ୟାଙ୍କରେ ମଧ୍ୟ ରେଜିଷ୍ଟ୍ରେସନ ହେଉଥିବା ଜଣାଯାଇଛି। ଯେଉଁମାନେ ଏହି ଯାତ୍ରାରେ ସାମିଲ ହେବେ ସେମାନେ ମେଡିକାଲ ଫିଟ୍‌ନେସ ସାର୍ଟିଫିକେଟ୍‌ ଦାୟର କରିବା ବାଧ୍ୟତାମୂଳକ ହୋଇଛି। କାରଣ ବାବାଙ୍କ ଗୁମ୍ଫା ସୁଉଚ୍ଚରେ ଥିବା ବେଳେ ଯାତ୍ରା କଷ୍ଟ ଦାୟକ ମଧ୍ୟ ରହିଛି। ତେଣୁ ମେଡିକାଲ ଯାଂଚକୁ କଡାକଡ଼ି କରାଯାଇଛି।

ଯଦି ଆପଣ ଯାତ୍ରା ସମ୍ପର୍କରେ ଅଧିକ କିଛି ସୂଚନା ପାଇବାରୁ ଚାହୁଁଛନ୍ତି ତେବେ ଅମରନାଥ ବୋର୍ଡରେ ପାଇପାରିବେ ବୋଲି ଯାତ୍ରାର ଆୟୋଜନ କରୁଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। www.shriamarnathjishrine.com ଏହି ଲିଙ୍କ୍‌ରେ କ୍ଲିକ୍‌ କଲେ ଆପଣ ଯାତ୍ରା ସମ୍ପର୍କରେ ସମସ୍ତ ସୂଚନା ପାଇପାରିବେ। ଚଳିତ ବର୍ଷ ୧୩ ବର୍ଷରୁ କମ ଓ ୭୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯାଇନଥିବା ସୂଚନା ମିଳିଛି। ତେବେ ପ୍ରତିବର୍ଷ ଅମର ନାଥ ଯାତ୍ରା ହେଉଛି କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଅଧିକ ସଂକ୍ରମଣ କରୁଥିବାରୁ ଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଥିଲା।

You might also like