ଯୁବତୀଙ୍କ ଅଭିଯୋଗ- ‘ଏକୁଟିଆ ଦେଖା କରିବା ପାଇଁ ବିଧାୟକ ଡାକୁଛନ୍ତି’

ସାଲେପୁର: ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ବିରୋଧରେ ଜଣେ ଯୁବତୀ ଥାନାରେ ଅଭିଯୋଗ କରିଛନ୍ତି।

ଏକ ଜମିଜମା ମାମଲାର ସମାଧାନ ଲାଗି ବିଧାୟକ ତାଙ୍କୁ ଏକୁଟିଆ ତାଙ୍କ କାର୍ଯ୍ୟାଳୟକୁ ଡାକୁଥିବା ଯୁବତୀ ଜଣକ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି। ଏପରିକି ଅଭିଯୋଗ ସମ୍ପର୍କୀତ ପ୍ରମାଣ ତାଙ୍କ ନିକଟରେ ଅଛି ବୋଲି ଯୁବତୀ କହିଛନ୍ତି।

ସୂଚନାଥାଉ କି, ସାଲେପୁର ନିକଟ ଶିଶୁଆରେ ସମ୍ପୃକ୍ତ ଯୁବତୀଙ୍କର ଏକ ଜମି ରହିଛି। ତେବେ ତାଙ୍କ ଜମିକୁ ମଡାଇ ଏକ ସରକାରୀ ପ୍ରକଳ୍ପ ତିଆରି ହେଉଥିବାରୁ ଏହା ବିରୋଧରେ ତାଙ୍କ ପରିବାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ ବିଧାୟକ ତାଙ୍କ କର୍ମୀଙ୍କ ଜରିଆରେ ଜମି ବିବାଦର ସମାଧାନ ପାଇଁ ତାଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ଶିଶୁଆ ଅଫିସକୁ ଡାକୁଥିବା ସମ୍ପୃକ୍ତ ଯୁବତୀ ଅଭିଯୋଗ ଆଣିଛନ୍ତି।

ଅନ୍ୟପକ୍ଷେ, ଏଭଳି ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ବିଧାୟକ ପ୍ରଶାନ୍ତ ବେହେରା। କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖି ଏହା କରାଯାଇଥାଇପାରେ ବୋଲି ବିଧାୟକ ଫୋନ୍ ଯୋଗେ ପ୍ରତିକ୍ରିୟାରେ କହିଛନ୍ତି।

You might also like