ଏପ୍ରିଲ ୧୪ ଯାଏ ଘୁଞ୍ଚିଲା ଘରୋଇ ବିମାନ ଉଡ଼ାଣ କଟକଣା

ନୂଆଦିଲ୍ଲୀ: ଦେଶ ମଧ୍ୟରେ ଉଡୁଥିବା ସମସ୍ତ ଘରୋଇ ବିମାନ ଉଡ଼ାଣ କଟକଣାକୁ ଆସନ୍ତା ଏପ୍ରିଲ ୧୪ ଯାଏ ଘୁଞ୍ଚାଇ ଦିଆଯାଇଛି। ଏନେଇ ଆଜି Directorate General of Civil Aviation(DGCA) ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବରୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏ ସମସ୍ତ ଘରୋଇ ବିମାନ ଉଡ଼ାଣ ବନ୍ଦ ନେଇ ଘୋଷଣା ହୋଇଥିଲା। 

ଏଠାରେ ଆମେ ଆପଣଙ୍କୁ କହି ରଖୁଛି ଯେ, ଭାରତ ସରକାର ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏ ଲାଗୁ କରିଥିବା ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣାକୁ ମଧ୍ୟ ଘୁଞ୍ଚାଇ ଦେଇଛନ୍ତି। 

କରୋନା ମୁକାବିଲା ଲାଗି ଭାରତ ସରକାର ପ୍ରଥମେ ଟ୍ରେନ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ରୋକ ଲଗାଇଥିଲେ। ତା’ପରେ ଦେଶ ମଧ୍ୟରେ ଉଡୁଥିବା  ସମସ୍ତ ଘରୋଇ ବିମାନ ଉଡ଼ାଣକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ।

କରୋନା ଭାଇରସ ସଂକ୍ରମଣ ଯେପରି ଦେଶରେ ନ ବ୍ୟାପେ ସେଥିପାଇଁ  ସାରା ଦେଶକୁ ୨୧ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

You might also like