କାଲି ଦିନ ୧୧ରୁ ବସ୍ ଚଳାଚଳ ବନ୍ଦ

ଭୁବନେଶ୍ୱର: କରୋନା ସଂକ୍ରମଣ ଯେପରି ନ ବ୍ୟାପେ ସେନେଇ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଦିନ ୧୧ଟାରୁ ସାରା ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।

ଏହାସହ ଆଜି ରାତି ୧୨ଟାରୁ ସମସ୍ତ ସିଟି ବସ୍ ଚଳାଚଳକୁ ମଧ୍ୟ ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି। ଏନେଇ କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାର ଗଠନ କରିଥିବା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ, ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୨ରେ ସ୍ଥିର ରହିଛି। ସେହିପରି ହୋମ କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି।

ସେପଟେ ଏଣିକି ଅଙ୍ଗନଓ୍ୱାଡ଼ି କେନ୍ଦ୍ରକୁ ପିଲା ଯିବେ ନାହିଁ, ବରଂ ପିଲାଙ୍କ ଘରକୁ ଆସିବ ଅଙ୍ଗନଓ୍ୱାଡ଼ି କେନ୍ଦ୍ରରୁ ଶୁଖିଲା ଖାଦ୍ୟ। କରୋନାକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

କରୋନା ଭାଇରସର ମୁକାବିଲା ପାଇଁ ଆସନ୍ତା ୩୧ ଯାଏ ଦେଶରେ ଟ୍ରେନ୍ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଭାରତୀୟ ରେଲଓ୍ୱ ବୋର୍ଡ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସମସ୍ତ ଦୂରଗାମୀ ମେଲ୍ ଓ ଏକ୍ସପ୍ରେସ୍ ସହିତ ଇଣ୍ଟରସିଟିକୁ ମଧ୍ୟ ବାତିଲ କରି ଦିଆଯାଇଛି। ସବୁ ପାସେଞ୍ଜର ଟ୍ରେନ୍ ମଧ୍ୟ ବାତିଲ ହୋଇଛି।

You might also like