ପ୍ରତ୍ୟେକ ଦିନ ଗୋମୂତ୍ର ପିଅନ୍ତି ଅକ୍ଷୟ କୁମାର, LIVE ଚାଟ୍‌ ବେଳେ ହେଲା ଖୁଲାସା

ମୁମ୍ବାଇ: ବଲିଉଡ୍‌ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଫିଟ୍‌ନେସ୍‌କୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। କାରଣ ୫୩ ବର୍ଷ ବୟସରେ ବି ସେ ପୂରାପୂରି ଫିଟ୍‌ ଦେଖାଯାଉଛନ୍ତି। ଫିଟ୍‌ନେସ୍‌କୁ ନେଇ ଅକ୍ଷୟ ମଧ୍ୟ ସବୁବେଳେ ସତର୍କ ଥାଆନ୍ତି। ଏସବୁ ଭିତରେ ତାଙ୍କର ଫିଟ୍‌ନେସ୍‌କୁ ନେଇ ଏକ ରାଜ୍‌ ଏବେ ସାମ୍ନାକୁ ଆସିଛି।

ପ୍ରତ୍ୟେକ ଦିନ ଅକ୍ଷୟ ଗୋମୂତ୍ର ପିଅନ୍ତି। ଏକ ଲାଇଭ୍‌ ଚାଟ୍‌ ସମୟରେ ଏଭଳି କିଛି ଖୁଲାସା କରିଛନ୍ତି ନିଜେ ଅକ୍ଷୟ। ଆୟୁର୍ବେଦିକ କାରଣ ଯୋଗୁ ସେ ଗୋମୂତ୍ର ପିଉଥିବା ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସୁପରଷ୍ଟାର ରଜନୀକାନ୍ତଙ୍କ ପରେ ବିୟର୍‌ ଗ୍ରିଲ୍ସଙ୍କ ‘Into The Wild’ରେ ନଜର ଆସିବେ ଅକ୍ଷୟ। ଏହି ଶୋ’ର ପ୍ରୋମୋ ରିଲିଜ୍‌ ହୋଇସାରିଛି। ଯାହାକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି।

ନିକଟରେ ଅକ୍ଷୟ ଓ ହ୍ୟୁମା କ୍ୟୁରେଶୀ, ଗ୍ରିଲ୍ସଙ୍କ ସହ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଲାଇଭ୍‌ ଚାଟ୍‌ ସେସନ୍‌ ରଖିଥିଲେ। ଗ୍ରିଲ୍ସ ଓ ଅକ୍ଷୟ ‘Into The Wild’ର ଶୁଟିଂ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସମୟରେ ହ୍ୟୁମା ଶୋ’ର ପ୍ରୋମୋରେ ଦେଖିବାକୁ ମିଳିଥିବା elephant poop teaକୁ ନେଇ ଯେତେବେଳେ ପଚାରିଥିଲେ, ଉତ୍ତରରେ ଅକ୍ଷୟ କହିଥିଲେ.. ଏହା ତାଙ୍କ ପାଇଁ କୌଣସି ବଡ଼ କଥା ନୁହେଁ। କାରଣ ସେ ପ୍ରତ୍ୟେକ ଦିନ ଗୋମୂତ୍ର ପିଅନ୍ତି। ଗ୍ରିଲ୍ସ ମଧ୍ୟ ଅକ୍ଷୟଙ୍କ ପ୍ରଶଂସା କରି କହିଥିଲେ-ଯଦିଓ ସେ ଅକ୍ଷୟଙ୍କୁ ବ୍ୟକ୍ତିଗତ ଭାବେ ଜାଣି ନାହାନ୍ତି, ହେଲେ ସେ ଏତିକି ଜାଣିଛନ୍ତି ଅକ୍ଷୟ ଜଣେ ବହୁତ ଭଲ ମଣିଷ। ତାଙ୍କ (ଅକ୍ଷୟ) ପାଖରେ କୌଣସି ଅହଂକାର ନାହିଁ ବୋଲି ଗ୍ରିଲ୍ସ କହିଥିଲେ।

ଅକ୍ଷୟ ଏବେ ଫିଲ୍ମ “BellBottom”ର ଶୁଟିଂ ସ୍କଟ୍‌ଲାଣ୍ଡ୍‌ରେ କରୁଛନ୍ତି। ଏହି ଫିଲ୍ମରେ ହ୍ୟୁମା କ୍ୟୁରେଶୀ ଓ ଲାରା ଦତ୍ତାଙ୍କ ମଧ୍ୟ ଦେଖିବାକୁ ମିଳିବ।

ଆହୁରି ପଢ଼ନ୍ତୁ

ଦିନକରେ ଆଖି ବୁଜିଲେ ଆଉ ୧୫ କରୋନା ରୋଗୀ

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

କରୋନାରୁ ଆରୋଗ୍ୟ ହେଲେ ୩୩୭୮ ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

You might also like