‘ରେଳବାଇ ପକ୍ଷରୁ ଶ୍ରମିକଙ୍କଠାରୁ ଟଙ୍କା ଆଦାୟ କରାଯାଉନାହିଁ ’

ନୂଆଦିଲ୍ଲୀ: ଘରକୁ ଫେରୁଥିବା ଶ୍ରମିକମାନଙ୍କ ସମସ୍ତ ରେଳଖର୍ଚ୍ଚ କଂଗ୍ରେସ ବହନ କରିବ ବୋଲି କହିବା ପରେ ଏ ନେଇ ପ୍ରତିକ୍ରିୟା ରଖିଛି ରେଳ ମନ୍ତ୍ରାଳୟ । ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି,   ଶ୍ରମିକଙ୍କ ଠାରୁ ଟିକେଟ୍ ବାବଦରେ କୌଣସି ଟଙ୍କା ଆଦାୟ କରାଯାଉନାହିଁ।  କେବଳ ଯାହା ଯାତ୍ରୀଙ୍କ ସମୁଦାୟ ଯାତ୍ରା ଖର୍ଚ୍ଚର ୧୫ ପ୍ରତିଶତ ଟଙ୍କା ରାଜ୍ୟ ସରକାରଙ୍କଠାରୁ ନିଆ ଯାଉଛି। 

ରାଜ୍ୟ ଯେଉଁ ଶ୍ରମିକଙ୍କ ତାଲିକା ଦେଉଛି, ସେହି ତାଲିକା ଅନୁଯାୟୀ ରେଳ ବିଭାଗ ଶ୍ରମିକମାନଙ୍କୁ ଘରକୁ ପଠାଉଛି।  ତାହା ବି ସାମାଜିକ ଦୂରତା ବଜାୟ ରଖି କରାଯାଉଛି।ଏମିତିକି ଟ୍ରେନ୍ ଭିତରେ ମାଗଣାରେ ଶ୍ରମିକଙ୍କୁ ଖାଦ୍ୟ ଓ ପାନୀୟ ଦିଆଯାଉଛି। ରେଳ ମନ୍ତ୍ରାଳୟର ଏଭଳି ପ୍ରତିକ୍ରିୟା ନେଇ ଖବର ସରବରାହ ସଂସ୍ଥା ଏଏନଆଇ  ପକ୍ଷରୁ ସୂଚନା ଦିଆଯାଇଛି। 

ଅନ୍ୟପକ୍ଷେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଏକ ଟ୍ୱିଟରେ ସୂଚନା ଦେଇଛନ୍ତି, ଘରବାହୁଡା ଶ୍ରମିକମାନଙ୍କୁ ନିଜ ଘରକୁ ଫେରବା ପାଇଁ ରଳ ଭଡା ଦେବାକୁ ପଡ଼ିବ ନାହିଁ। ଜୀବିକା ହରାଇ ଏହି ଶ୍ରମିକମାନେ ଦୁଇମୁଠା ଖାଦ୍ୟ ଯୋଗାଡ କରିପାରୁ ନାହାନ୍ତି। ଏପରି ସ୍ଥିତିରେ ସେମାନଙ୍କୁ ଘରକୁ ଆଣିବା ପାଇଁ ସରକାର ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରୁଛନ୍ତି।

ସ୍ୱାମୀ ଟ୍ୱିଟ୍‌ କରି କହିଛନ୍ତି, ଏ ନେଇ ପିୟୂଷ ଗୋୟଲଙ୍କ ସହ ତାଙ୍କର କଥାବାର୍ତ୍ତା ହୋଇଛି। ଏବେ କେନ୍ଦ୍ର ସରକାର ୮୫ ପ୍ରତିଶତ ଅର୍ଥ ଭରଣା କରିବେ ଏବଂ ରାଜ୍ୟ ସରକାର ୧୫ ପ୍ରତିଶତ ଅର୍ଥ ରାଜ୍ୟ ସରକାର ଭରଣା କରିବେ। ଏ ନେଇ ଖୁବ୍‌ ଶୀଘ୍ର ରେଳ ମନ୍ତ୍ରାଳୟ ଘୋଷଣା ଜାରି କରିବେ ବୋଲି ସେ କହିଛନ୍ତି।

 

 

ଆହୁରି ପଢ଼ନ୍ତୁ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ୍‌ ମ୍ୟାନେଜର କହିଲେ, ଶ୍ରଦ୍ଧାଙ୍କ ପାଇଁ ଅନ୍‌ଲାଇନ୍‌ରେ ଅର୍ଡର କରୁଥିଲେ…

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

You might also like