OTV ବିରୋଧରେ ପୁଣି ପୋଲିସ୍‌ର ଆକ୍ରୋଶମୂଳକ ପଦକ୍ଷେପ

ଭୁବନେଶ୍ୱର: ପୁଣି ଓଟିଭି ବିରୋଧରେ ପୋଲିସ୍‌ର ଆକ୍ରୋଶମୂଳକ ପଦକ୍ଷେପ। ଗତକାଲି ରାତି ଅଧିଆ ପୋଲିସ୍‌ ଖୋର୍ଦ୍ଧା ସାରୁଅ ସ୍ଥିତ ଓଟିଭି ଷ୍ଟୁଡିଓ କ୍ୟାମ୍ପସରେ ପଶି ସେଠାକାର ସାଇଟ୍ ଇନଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଛି।

ରାତିରେ ଅନିରୁଦ୍ଧ ଶୋଇଥିବା ସମୟରେ୧୫ରୁ ୨୦ ଜଣ ପୋଲିସ୍‌ ସଦଳବଳ କ୍ୟାମ୍ପସର କାନ୍ଥ ଡେଇଁ ଆସିବା ସହ କବାଟ ଭାଙ୍ଗି ତାଙ୍କ ରୁମ୍‌ ଭିତରକୁ ଧସେଇ ପଶିଥିଲେ। ପେଶାଗତ ଅପରାଧୀଙ୍କ ଭଳି ପୋଲିସ୍‌ ତାଙ୍କୁ ହଠାତ ସେଠାରୁ ତାଙ୍କୁ ଉଠାଇ ନେଇଥିଲା। ସାରୁଅ ଜମି ମାମଲା ସମ୍ପର୍କିତ ଏକ ପୁରୁଣା ମାମଲାରେ ପୋଲିସ୍‌ ତାଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି।

ପୂର୍ବରୁ ଏହି ମାମଲାରେ ପୋଲିସ୍‌ର ନୋଟିସ ମୁତାବକ ଅନିରୁଦ୍ଧ ଏକାଧିକ ବାର ପୋଲିସ୍‌ ନିକଟରେ ହାଜର ହୋଇଥିଲେ ଏବଂ ତଦନ୍ତ ପ୍ରକ୍ରିୟାରେ ପୋଲିସକୁ ସମସ୍ତ ପ୍ରକାର ସହଯୋଗ କରି ଆସିଛନ୍ତି। ଏହା ସତ୍ତ୍ୱେ ବି ଯେଉଁଭଳି ଢଙ୍ଗରେ ରାତି ଅଧିଆ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେଉଁଭଳି ଢଙ୍ଗରେ ପୋଲିସ୍‌ ତାଙ୍କୁ ଉଠାଇ ନେଲା ଏଥିରୁ ପୋଲିସ୍‌ ଆକ୍ରୋଶ ମୂଳକ ଭାବେ କାମ କରୁଥିବା ଏକ ପ୍ରକାର ସ୍ପଷ୍ଟ ହେଉଛି। ସେଠାରେ ଥିବା ଅନ୍ୟ କର୍ମଚାରୀଙ୍କ ସୂଚନା ଅନୁସାରେ ପୋଲିସ୍‌ ତାଙ୍କୁ ଏଭଳି ଭାବେ ଉଠାଇ ନେଇଥିବା ସୂଚନା ଦେଇଛନ୍ତି।

You might also like