• translate
Rajalaxmi Sahoo

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବା ପାଇଁ ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରତି ଶନିବାର ଓ ରବିବାର ୧୧ ଜିଲ୍ଲାକୁ ସଟ୍‌ଡାଉନ୍‌ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର ଓ ଖୋର୍ଦ୍ଧା ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍‌ଡାଉନ୍ ଘୋଷଣା ହୋଇଛି। ଜୁନ୍‌ ୩୦ ଯାଏ ଏହି ନିୟମ ଲାଗୁ ହେବ।

ସଟ୍‌ଡାଉନ୍‌ ସମୟରେ କେଉଁ କାର୍ଯ୍ୟକଳାପ ଗୁଡ଼ିକୁ ଅନୁମତି ମିଳିଛି, ସେନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର(SRC)ଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି ହୋଇଛି।

ସଟ୍‌ଡାଉନ୍‌ ସମୟରେ ଏହିସବୁ ସେବାକୁ ମିଳିଲା ଅନୁମତି....

  • ମେଡିକାଲ୍‌ ଭଳି ଜରୁରୀ କାର୍ଯ୍ୟ ପାଇଁ ଯେକୌଣସି ଲୋକ ଯାଇପାରିବେ।
  • RBI, କ୍ଲିୟରିଂ ହାଉସ୍, ATM ସହ ଜଡ଼ିତ କର୍ମଚାରୀ ଯାଇପାରିବେ।
  • ଏୟାରପୋର୍ଟ, ରେଲ୍‌ୱେ ଷ୍ଟେସନ୍, ବସ୍ ଟର୍ମିନାଲ୍ ସହ ଜଡ଼ିତ କର୍ମଚାରୀଙ୍କୁ ଅନୁମତି
  • ସ୍ୱିଗି, ଜୋମାଟୋ ଡେଲିଭରି ବୟଙ୍କୁ ଯା’ଆସ ପାଇଁ ଅନୁମତି।
  • ଖବରକାଗଜ ହକର୍ଙ୍କୁ ସକାଳ ୫ଟାରୁ ୮ଟା ଯାଏ ବିକ୍ରି ଅନୁମତି।
  • LPG ହୋମ୍ ଡେଲିଭରି କରୁଥିବା କର୍ମଚାରୀଙ୍କୁ ଅନୁମତି।

ଅନ୍ୟପକ୍ଷରେ ସପ୍ତାହରେ ଶନିବାର, ରବିବାର ସଟ୍‌ଡାଉନ୍ ନେଇ କମିଶନରେଟ ପୁଲିସ୍‌ ପକ୍ଷରୁ ମଧ୍ୟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଜରୁରୀ କାର୍ଯ୍ୟ ବ୍ୟତୀତ ଏହି ୨ ଦିନ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

କେଉଁମାନେ ID କାର୍ଡ ଦେଖାଇ ଯାଇପାରିବେ....

  • ମେଡିକାଲ୍‌, ନର୍ସିଂହୋମ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାଇପାରିବେ।
  • ପୁଲିସ୍‌ ଦେଇଥିବା ପୁରୁଣା ପାସ୍ ଦେଖାଇ ପାରିବେ ମେଡିସିନ ଷ୍ଟୋର ଷ୍ଟାଫ୍।
  • କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ID କାର୍ଡ ଦେଖାଇ ଯାଇପାରିବେ।
  • ଟେଲିକମ୍, ମିଡିଆ, ପେଟ୍ରୋଲ ପମ୍ପ୍ କର୍ମଚାରୀ ID କାର୍ଡ ଦେଖାଇ ଯାଇପାରିବେ।
  • ହୋମ୍ ଡେଲିଭରି, ପାନୀୟ ଜଳ, ପରିମଳ, ବିଦ୍ୟୁତ୍‌ କର୍ମଚାରୀ ID କାର୍ଡ ଦେଖାଇ ଯାଇପାରିବେ।
  • କଳକାରଖାନା, ହୋଟେଲ କର୍ମଚାରୀ ମଧ୍ୟ ID କାର୍ଡ ଦେଖାଇ ଯାଇପାରିବେ।
  • ରେଲ୍‌ୱେ ଷ୍ଟେସନ, ବସ୍ ଷ୍ଟାଣ୍ଡ, ଏୟାରପୋର୍ଟକୁ ଯିବା ପାଇଁ ଗାଡ଼ିକୁ ପୁଲିସ୍‌ ପାସ୍ ଦରକାର।ପୁଲିସ୍‌ ପାସ୍ ଦେଖାଇ ଟ୍ୟାକ୍ସି, ଅଟୋ, OLA, Uber ଆଦି ଯାଇ ପାରିବେ।
  • ସଟ୍‌ଡାଉନ୍‌ ଦିନ ବାହାଘର ଥିଲେ ପୁଲିସ୍‌ ଠାରୁ ପାସ୍ ନେବା ଜରୁରୀ।
  • ଟ୍ୱିନ୍‌ସିଟିରୁ ବାହାରକୁ ଯିବାକୁ ଚାହୁଁଥିବା ଘରୋଇ ଗାଡ଼ିକୁ ୧୦୦ ଫୋନ୍‌ ନମ୍ବରରେ ଡାଏଲ୍‌ କରି ଅନୁମତି ନେଇ ପାରିବେ।
  • ମାଲ୍‌ ପରିବହନ କରୁଥିବା ଖାଲି ଓ ମାଲ୍ ଭର୍ତ୍ତି ଗାଡ଼ି ପାଇଁ ପାସ୍ ଅନାବଶ୍ୟକ।
  • ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ SMS ବା ୧୦୦କୁ ଡାଏଲ କରି ପାସ୍ ନେଇପାରିବେ।

ଅନ୍ୟପକ୍ଷରେ ସଟ୍‌ଡାଉନ୍‌‌ ସଂପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ସୂଚନା ଦେଇ କହିଛନ୍ତି, ସଟ୍‌ଡାଉନ୍‌ରେ ପେଟ୍ରୋଲ ପମ୍ପ ଖୋଲା ରହିବ। ଟେଲିକମ୍‌, ମାଲ୍‌ ପରିବହନ, କୃଷି ସମ୍ପର୍କିତ କାର୍ଯ୍ୟ, ରେଳ, ବିମାନ, ଟ୍ୟାକ୍ସି ଚଳାଚଳ ମଧ୍ୟ ଚାଲୁ ରହିବ। ତେବେ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ବିବାହ ଓ ଅନ୍ତିମ ସଂସ୍କାର କାର୍ଯ୍ୟ ହେବ।

Other Stories