‘ମୁଁ ଦୁଷ୍କର୍ମର ଶିକାର ହୋଇଥାନ୍ତି, ମୋତେ ମାରି ଦିଆଯାଇ ଥାନ୍ତା’

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ଅମୀଷା ପଟେଲ୍‌ଙ୍କ ଏକ ଅଡିଓ ମେସେଜ୍‌ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ସେ ବିହାର ନିର୍ବାଚନ ପ୍ରଚାର ସମୟରେ କିପରି ନିଜକୁ ଅସୁରକ୍ଷିତ ମନେକରୁଥିଲେ ସେ ବିଷୟରେ କହିଛନ୍ତି। ତାଙ୍କୁ ଦୁଷ୍କର୍ମ‌ କିମ୍ୱା ହତ୍ୟା କରାଯିବାର ସେ ଆଶଙ୍କା କରିଥିଲେ ବୋଲି ଭିଡିଓରେ କହିଛନ୍ତି ଅମୀଷା।

ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ସକ୍ଷାତକାର ଦେଇ ଅମୀଷା କହିଛନ୍ତି ଯେ ସେ ଜଣେ ଅତିଥି ଭଳି ବିହାରକୁ ଲୋକ ଜନଶକ୍ତି ପାର୍ଟିର ନେତା ପ୍ରକାଶ ଚନ୍ଦ୍ରାଙ୍କ ନିର୍ବାଚନୀ ପ୍ରଚାରରେ ଯୋଗଦେବା ପାଇଁ ଯାଇଥିଲେ। କିନ୍ତୁ ପ୍ରକାଶ ଚନ୍ଦ୍ରଙ୍କର ଲୋକ ତାଙ୍କୁ ଧମକାଇବା ସହ ବ୍ଲାକ୍‌ମେଲ୍‌ କରିଥିବା ସେ କହିଛନ୍ତି। ଏହା ସହ ଅମୀଷାଙ୍କ ଟିମ୍‌କୁ ମଧ୍ୟ ସେମାନେ ଖରାପ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଅଭିନେତ୍ରୀ।

ଅମିଷା ମୁମ୍ୱାଇ ଫେରିବା ପରେ ବି ତାଙ୍କ ପାଖକୁ ଧମକପୂର୍ଣ୍ଣ ମେସେଜ୍‌ ଏବଂ କଲ୍‌ ଆସୁଥିବା ସେ କହିଛନ୍ତି। ନିଜେ ପ୍ରକାଶ ଚନ୍ଦ୍ରା ତାଙ୍କୁ ଧମକ ଦେବା ସହ ବ୍ଲାକ୍‌ମେଲ ଏବଂ ଖରାପ ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଅମିଷାଙ୍କ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ପ୍ରକାଶ। ସେ ଲୋକଙ୍କ ଭୋଟ୍‌ରେ ବିଶ୍ୱାସ କରନ୍ତି। ତାଙ୍କର ଜଣେ ସମ୍ପର୍କୀୟ ଅମିଷାଙ୍କ ସହିତ ଯୋଗାଯୋଗ କରି ନିର୍ବାଚନ ପ୍ରଚାର ସାମିଲ କରାଇଥିଲେ ବୋଲି ପ୍ରକାଶ କହିଛନ୍ତି। ଅମୀଷାଙ୍କୁ ଏଠାରେ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯାଇଥିଲା ବୋଲି ପ୍ରକାଶ କହିଛନ୍ତି।

You might also like