‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

କଟକ: ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇ ସୋସିଆଲ୍‌ ମିଡିଆରେ ହୋଇଥିବା ପୋଷ୍ଟକୁ ନେଇ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ମାମଲା ରୁଜୁ ହୋଇଛି। ଏହାସହ ଘଟଣାର ତଦନ୍ତ ଚାଲିଥିବା ନେଇ କଟକ ଡିସିପି ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି।

କିଛି ଅସାମାଜିକ ଓ ଖଳ ପ୍ରକୃତିର ଲୋକ ଫେସ୍‌ବୁକ୍ ମାଧ୍ୟମରେ ଜନସାଧାରଣଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇ ପୋଷ୍ଟ କରିଥିବା ଅପମାନଜନକ ପୋଷ୍ଟକୁ ଗଭୀରତାର ସହ ନେଇ ତଦନ୍ତ କରାଯାଉଥିବା କଟକ ଡିସିପି ସୂଚନା ଦେଇଛନ୍ତି।

ଏଭଳି ପୋଷ୍ଟ କରିଥିବା ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  ଏପରିକି ଏହାକୁ ଲାଇକ୍ ଓ ଶେଆର କରିଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଡିସିପି କହିଛନ୍ତି। ଏହାସହ ସମାଜରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ଡିସିପି ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି।

You might also like