ସ୍ୱାବ୍‌ ସଂଗ୍ରହ ବେଳେ କୋଭିଡ୍‌ ଯୋଦ୍ଧାଙ୍କୁ ବନ୍ଧୁକ ମୁନରେ ଧମକ

ଆଳି: ସ୍ୱାବ୍‌ ସଂଗ୍ରହ ବେଳେ କୋଭିଡ୍‌ ଯୋଦ୍ଧାଙ୍କୁ ବନ୍ଧୁକ ମୁନରେ ଧମକ ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ପାତ୍ରପୁର ଗାଁରେ ଏଭଳି କିଛି ଘଟଣା ଘଟିଛି।

କେନ୍ଦ୍ରାପଡ଼ାରୁ ୯ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ସ୍ୱାବ୍‌ ସଂଗ୍ରହ ପାଇଁ ପାତ୍ରପୁର ଗାଁକୁ ଯାଇଥିବା ବେଳେ ପାତ୍ରପୁରରେ ଜଣେ ଯୁବକ ସେମାନଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିଲେ। ଏପରିକି ତୁମେମାନେ କିଏ ଏବଂ କାହିଁକି ଆସିଛ ? ବୋଲି ସମ୍ପୃକ୍ତ ଯୁବକ ଜଣକ ପଚାରିବା ସହ ଗାଳିଗୁଲଜ ବି କରିଥିଲେ।ଏହି ଘଟଣା ପରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଟିମ୍ ଅଧାରୁ ସ୍ୱାବ୍ ସଂଗ୍ରହ ବନ୍ଦ କରି ଆଳି ଥାନାରେ ଏ ନେଇ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ଆଳି ପୋଲିସ୍‌ ସଂପୃକ୍ତ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ କହିଛନ୍ତି।

You might also like