ବୁଲୁଥିଲେ, ବାରଣ କରିବାରୁ ପୁଲିସକୁ ପିଟିଲେ ଯୁବକ

ଚାନ୍ଦବାଲି: କରୋନାକୁ ନେଇ ସବୁଆଡେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଆବଶ୍ୟକ ନ ଥିଲେ ଘରୁ ବାହାରିବା ପାଇଁ ପ୍ରଶାସନ ତରଫରୁ ବାରଣ କରାଯାଉଛି। ପୁଲିସ ମଧ୍ୟ ସବୁ ଛକରେ ଜଗି ରହିଥିବା ଦେଖିବାକୁ ମିଳିଛି। କିଛି ସ୍ଥାନରେ ପୁଲିସ ଆକ୍ରୋଶର ଶିକାର ହେଉଥିବା ନଜର  ଆସିଛି।

ଭଦ୍ରକ ଜିଲ୍ଳା ଚାନ୍ଦବାଲି ଥାନା ଅନ୍ତର୍ଗତ ବାଲିଗାଁ ଛକ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକଙ୍କ ଆକ୍ରମଣରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।ଆହତ ଦୁଇ ଜଣ ଚାନ୍ଦବାଲି ଥାନାର କନଷ୍ଟେବଲ ସୁକାନ୍ତ କୁମାର ସେଠୀ ଓ ଏ.ପି.ଆର୍ ଆଦିତ୍ୟ ମୋହନ ଦାସ୍। ସେମାନଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ତାଙ୍କ ଘର ରାମପଲି ଅଞ୍ଚଳରେ ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ, ଆଜି ଆଡିସନାଲ ତହସିଲଦାରଙ୍କ ସମେତ ୬ଜଣ ପୁଲିସ୍ କର୍ମଚାରୀ ବିଭିନ୍ନ ଅଞ୍ଚଳକୁ ଯାଇ ବୁଲି ଦେଖୁଥିଲେ। ଏହି ସମୟରେ ବାଲିଗାଁ  ଛକ ନିକଟରେ କିଛି ଯୁବକ ରାସ୍ତାରେ ବୁଲୁଥିଲେ। ପୁଲିସ୍ ସେମାନଙ୍କୁ ବାରଣ କରିଥିଲା। ହେଲେ ସମ୍ପୃକ୍ତ ଯୁବକ ଜଣଙ୍କ ଏକ ଠେଙ୍ଗା ଆଣି ପୁଲିସକୁ ଆକ୍ରମଣ କରି ଦୌଡ଼ି ପଳାଇଥିଲା।

You might also like