ସାଢ଼େ ତିନି ବର୍ଷର ଝିଅକୁ ସ୍କୁଲ୍ରେ ଯୌନ ନିର୍ଯାତନା ଅଭିଯୋଗ
ନୂଆଦିଲ୍ଲୀ: ତିନି ବର୍ଷର ଝିଅକୁ ପ୍ରି-ସ୍କୁଲ୍ରେ ଯୌନ ନିର୍ଯାତନା। ଘଟଣାଟି ଆଦୌ ବିଶ୍ୱାସଯୋଗ୍ୟ ହୋଇନଥିଲେ ମଧ୍ୟ ଏମିତି ଏକ ଅଭିଯୋଗ ଆସିଛି ରାଜଧାନୀ ନୂଆଦିଲ୍ଲୀର ମୁଖାର୍ଜୀନଗର ଅଞ୍ଚଳରୁ।
କୁନି ଝିଅର ବାପା ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି। ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି।
ନର୍ଥୱେଷ୍ଟ ଡେପୁଟି କମିଶନର ଅସଲାମ୍ ଖାନ୍ କହିଛନ୍ତି ଏହି ଘଟଣାକୁ ଆମେ ଅତି ଗୁରୁତର ସହ ନେଇଛୁ। ଏଥିରେ ସ୍କୁଲ୍ର କେହି କର୍ମଚାରୀଙ୍କ ସଂପୃକ୍ତି ଥିବା ଘଟଣାକୁ ଅସ୍ୱୀକାର କରାଯାଇ ନ ପାରେ। ବିଭିନ୍ନ ଦୃଷ୍ଟିକୋଣକୁ ବିଚାରକୁ ନେଇ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।
ଝିଅଟିର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ସେ କହିଛନ୍ତି।