୧୭ ଲକ୍ଷ ଠକେଇର ଶିକାର ବ୍ୟକ୍ତିଙ୍କ ଆତ୍ମାହୁତି ଉଦ୍ୟମ
ଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ଆତ୍ମାହୁତି ଉଦ୍ୟମ କଲେ ବ୍ୟକ୍ତି। କିରାସିନି ଢାଳି ଦିଆସିଲି ଲଗାଉଥିବା ବେଳେ କାବୁ କଲା ପୋଲିସ।
ଖୋର୍ଦ୍ଧା : ନ୍ୟାୟ ନମିଳିବା ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କଲେ ବୋଲଗଡ଼ର ବ୍ରଜବନ୍ଧୁ ସାହୁ । ସ ମିଲ୍ କରିଥିବା ବ୍ରଜବନ୍ଧୁ କାଠ କିଣିବା ପାଇଁ ଅନଲାଇନରେ ୧୬ ଲକ୍ଷ ୯୫ ହଜାର ଟଙ୍କା ଡିପୋଜିଟ କରିଥିଲେ । ଟଙ୍କା ପଇଠ କରିବାର ଅନେକ ଦିନ ପରେ ମଧ୍ୟ ତାଙ୍କୁ କୌଣସି ଜିନିଷ ମିଳିନଥିଲା । ଘରୋଇ ବ୍ୟାଙ୍କରୁ ଲୋନ୍ ଆଣିଥିବାରୁ ଦିନକୁ ଦିନ ଋଣ ଭାର ବଢ଼ିଚାଲିଲା । ଠକେଇର ଶିକାର ହୋଇଥିବା ଜାଣି ଏ ପୋଲିସ ଏବଂ ସାଇବର ଥାନାରେ ଅଭିଯୋଗ କରିଥିଲେ । ହେଲେ ବାରମ୍ବାର ଥାନାକୁ ଦଔଡ଼ିବା ସତ୍ୱେ ନ୍ୟାୟ ମିଳିନଥିବା ନେଇ ଅଭିଯୋଗ କରିଛନ୍ତି । ଶେଷରେ ମ୍ରିୟମାଣ ହୋଇ ବ୍ରଜବନ୍ଧୁ ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି । ଆତ୍ମାହୁତି ପରେ ପୋଲିସ ତାଙ୍କୁ ନେଇ ହେପାଜତରେ ରଖିଛି । ତେବେ ଏହି ଠକେଇ ନାଇଜେରୀୟ ଗ୍ୟାଙ୍ଗ କରିଥିବା ନେଇ ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି । କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ କାଲି ବ୍ରଜବନ୍ଧୁ ଭେଟି ତାଙ୍କର ଅଭିଯୋଗ ରଖିବେ ବୋଲି କହିଛନ୍ତି ଏସପି ।
ସୂଚନା ଅନୁସାରେ, ବୋଲଗଡ଼ରେ ଆତ୍ମାହୁତି ଉଦ୍ୟମ କରିଥିବା ବ୍ରଜବନ୍ଧୁଙ୍କର ଏକ ସରକାରୀ କାଠ ଗୋଲା ରହିଛି। ଗତବର୍ଷ ଅନ୍ଲାଇନ୍ରେ ସେ ପୋଲାଣ୍ଡରୁ କାଠ ମଗାଇଥିଲେ । ଘରୋଇ ବ୍ୟାଙ୍କରୁ ଋଣ ଆଣି ଭିନ୍ନ ଭିନ୍ନ ୪ଟି ଆକାଉଣ୍ଟରେ ୧୬.୭୬ ଲକ୍ଷ ଟଙ୍କା ଡିପୋଜିଟ କରିଥିଲେ । ହେଲେ ଦୁର୍ଭାଗ୍ୟର ବିଷୟ ଟଙ୍କା ଡିପୋଜିଟ୍ କରିବା ପରେ ମଧ୍ୟ ନିର୍ଦ୍ଧାରିତ ସମୟରେ ପାରାଦୀପରେ ପହଞ୍ଚିଥିଲେ ମଧ୍ୟ କୌଣସି କାଠ ପହଞ୍ଚି ନ ଥିଲା । ବୋଲଗଡ଼ ଥାନାକୁ ଅବଗତ କରିବା ପରେ ସେମାନ କଟକସ୍ଥିତ କ୍ରାଇମବ୍ରାଞ୍ଚର ସାଇବର ସେଲ୍ରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଫଳରେ ଗତବର୍ଷ ସେପ୍ଟେମ୍ବର ୧୬ ତାରିଖରେ ଅଭିଯୋଗ କରିଥିଲେ ବ୍ରଜବନ୍ଧୁ ସାହୁ ।
#ଜିଲ୍ଲାପାଳ_କାର୍ଯ୍ୟାଳୟ_ସାମ୍ନାରେ_ଆତ୍ମାହୁତି_ଉଦ୍ୟମ
୧୭ ଲକ୍ଷ ଠକେଇର ଶିକାର ବ୍ୟକ୍ତିଙ୍କ ଆତ୍ମାହୁତି ଉଦ୍ୟମ। କଲେକ୍ଟୋରେଟ ସାମ୍ନାରେ ଆତ୍ମାହୁତି ଉଦ୍ୟମ କଲେ ବ୍ୟକ୍ତି। କିରାସିନି ଢାଳି ଦିଆସିଲି ଲଗାଉଥିବା ବେଳେ କାବୁ କଲା ପୋଲିସ। #Collectorate #Bhubaneswar #Odisha pic.twitter.com/Oo68HqUoUG— ଓଟିଭି (@otvkhabar) January 4, 2021