ପାରାଦୀପରେ ମାଛ ମଡ଼କ
ପାରାଦୀପ: ପାରାଦୀପରେ ମାଛ ମଡ଼କ। ପାରାଦୀପର ସାହାରା ମତ୍ସ୍ୟଦିଆ ନଦୀରେ ଏହି ମାଛ ମଡ଼କ ଦେଖିବାକୁ ମିଳିଛି। ନଦୀକୂଳରେ ହଜାର ହଜାର ମୃତ ମାଛ ଭାସୁଥିବାର ଦେଖିବାକୁ ମିଳିଛି। ନଦୀଜଳ ପ୍ରଦୂଷଣ କାରଣରୁ ଏହି ମାଛ ମଡ଼କ ହୋଇଥିବା ସନ୍ଦେହ କରାଯାଉଛି।
ଆହୁରି ପଢ଼ନ୍ତୁ
ନିକଟରେ କାରଖାନା ଥିବାରୁ ସେଠାକାର ବର୍ଜ୍ୟବସ୍ତୁ ଆସି ନଦୀରେ ମିଶୁଛି। ତେଣୁ ଏହାର ପ୍ରଭାବରେ ନଦୀ ଜଳ ବିଷାକ୍ତ ହୋଇ ମାଛ ମରିଥିବା ସନ୍ଦେହ ସ୍ଥାନୀୟ ଲୋକେ କରୁଛନ୍ତି। ମାଛ ମଡ଼କ ପୂର୍ବରୁ ଅନେକ ଥର ହୋଇଥିଲେ ମଧ୍ୟ ଏହି ସମସ୍ୟାର କୌଣସି ସମାଧାନ ହୋଇପାରି ନାହିଁ।